ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାଧୀନତା ସଂଗ୍ରାମୀ ସହୀଦ ବୈଦ୍ୟନାଥ ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

ସ୍ବାଧୀନତା ସଂଗ୍ରାମୀ ସହୀଦ ବୈଦ୍ୟନାଥ ରାଉତଙ୍କ ଜନ୍ମ ଜୟନ୍ତୀ ପାଳିତ

ଖଇରା,୦୭/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସହୀଦ ଜନ କଲ୍ୟାଣ ପରିଷଦ, ତୁଡ଼ିଗଡିଆ ସହୀଦ ମଣ୍ଡପ ଠାରେ ସ୍ଵାଧୀନତା ସଂଗ୍ରାମୀ ସହୀଦ ବୈଦନାଥ ରାଉତଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ନିକଟରେ ପାଳିତ ହୋଇଯାଇଛି । କମିଟିର ସମ୍ପାଦକ ଡ଼. ଇଂ. ରାଜେଶ ମହାକୁଡଙ୍କ ତତତ୍ଵାବଧାନରେ ଆୟୋଜିତ ସଭାରେ ଉପସ୍ଥିତ ସଦସ୍ୟ ମାନେ ପ୍ରଭୁ ଜଗନ୍ନାଥ ଓ ସ୍ବର୍ଗତ ବୈଦନାଥ ରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ, ପ୍ରଦୀପ ପ୍ରଜ୍ବଳନ ଓ ଧୂପ ଦେଇ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡ଼. ମନମୋହନ ସିଂଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ଓ କମିଟିର ସଭାପତି ବିଷ୍ଣୁ ମୋହନ ଶତପଥୀ ଚିକିତ୍ସାଧିନ ଥିବାରୁ ତାଙ୍କର ଆଶୁ ଆରୁଗ୍ୟ କାମନା କରାଯାଇଥିଲା l ଉପସ୍ଥିତ ସଦସ୍ୟ ମାନେ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ମହାନ ବ୍ୟକ୍ତି ଯିଏ କି ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ ନିଜକୁ ସାମିଲ କରି ଇଂରେଜ ମାନକ ବିରୁଦ୍ଧରେ ସ୍ୱର ଉଠାଉଥିଲେ l ଉକ୍ତ ସଭାରେ ପରିଷଦର ବରିଷ୍ଟ ସଦସ୍ୟ ଲୋକନାଥ ପଣ୍ଡା ସଭାପତିତ୍ବ କରିଥିବା ବେଳେ ଉପସଭାପତି ରାଧାକାନ୍ତ ପଣ୍ଡା, ଯୁଧିଷ୍ଟିର ମହାରଣା, ବସନ୍ତ ସାହୁ, ଉପେନ୍ଦ୍ର ପାଢ଼ୀ, ଉପେନ୍ଦ୍ର ପାଣିଗ୍ରାହୀ, ବିଷ୍ଣୁ ମୋହନ ସାହୁ, ବିରଞ୍ଜନ ଜେନା, ଦୀନବନ୍ଧୁ ମହାରଣା, ହେମଲତା ଶିଅଳ ସହିତ ବହୁ ସଦସ୍ୟ ଓ ବରିଷ୍ଟ ନାଗରିକ ଉପସ୍ଥିତ ଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବନ୍ଧୁଗାଁରେ ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

Sunil Chandra Nayak

କେନ୍ଦ୍ର ମୋଦୀ ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବିରୁଦ୍ଧରେ ସି ଆଇ ଟି ୟୁ ର ଶ୍ରମିକ କନଭେନସନ 

masiha

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

Leave a Comment

error: Content is protected !!