ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାତ ଟିକିଆ ହାତୀ ପଲ ଉପଦ୍ରବରେ ଦୁଇ ଅସହାୟ ପରିବାରଙ୍କ ଘର ଭାଙ୍ଗି ଚୂର୍ ମାର୍

ସାତ ଟିକିଆ ହାତୀ ପଲ ଉପଦ୍ରବରେ ଦୁଇ ଅସହାୟ ପରିବାରଙ୍କ ଘର ଭାଙ୍ଗି ଚୂର୍ ମାର୍

କାମାକ୍ଷାନଗର (ମନିସ )7/1/25 // ସାତ ଟିକିଆ ହାତୀ ପଲ ଉପଦ୍ରବରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ପୂର୍ବାଞ୍ଚଳ ରେଞ୍ଜ କଙ୍କଡ଼ାହାଡ଼ ବିଟ୍ ସେକ୍ସନ କେରଯୋଳି ପଞ୍ଚାୟତ ଅନ୍ତର୍ଗତ ଘୁଟୁରିଗାଁର ଖଗେଶ୍ବର ମହାନ୍ତ ଓ କେନ୍ଦୁମୁଣ୍ଡା ଗ୍ରାମର ରିନା ମୁଣ୍ଡାଙ୍କ ହାତୀ ଘର ଭାଙ୍ଗିବା ସହିତ ଅମଳ କରି ରଖିଥିବା ଧାନକୁ ଖାଇ ଦେଇଛନ୍ତି। ଯାହାଫଳରେ ଖଗେଶ୍ବର ମହାନ୍ତ ଜଣେ ମୁକ ବଧିର ହୋଇ ଥିବା ବେଳେ ରିନା ମୁଣ୍ଡା ଜଣେ ବିଧବା ମହିଳା ସାହାରା କହିଲେ କେହି ନାହିଁ। ଧାନ ବିଲରୁ ବାରାହା ଦାଉରୁ ରକ୍ଷା କରି ଘରକୁ ଧାନ ଆଣି ଥିବା ବେଳେ ଦୁଇ ଅସହାୟ ପରିବାରଙ୍କ ପାଇଁ ଦାଉ ସାଧିଲା ହାତୀ ଉପଦ୍ରବ। ଏବେ ଦୁଇ ପରିବାରଙ୍କ ମୁଣ୍ଡରେ ଚଡ଼କ ଉଭୟ ପରିବାର କଣ କରିବେ ଖଗେଶ୍ୱର୍ ମହାନ୍ତଙ୍କ କୋଠା ଘର ଭାଙ୍ଗିବା ସହିତ ଆନୁମାନିକ ଚାରି ଲକ୍ଷ ଟଙ୍କାର ଧାନ ସହିତ ଆଶ ବାସ ପତ୍ର ନଷ୍ଟ ହୋଇ ଥିବା ବେଳେ ରିନା ମୁଣ୍ଡାଙ୍କର ଚାଳ ଛପର ଘର ଭାଙ୍ଗିବା ସହିତ ହାରା ହାରି ଦୁଇ ଲକ୍ଷ୍ୟ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇ ଯାଇଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଖବର ପାଇ କଙ୍କଡ଼ାହାଡ଼ ବିଟ୍ ର ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରି କିଭଳି ସହାୟତା ରାଶି ମିଳି ପାରିବ ସେ ବାବଦରେ କହି ଥିଲେ।ଏ ନେଇ ଉଭୟ ଅସହାୟ ପରିବାର ସରକାରଙ୍କୁ ତୁରନ୍ତ ସହାୟତା ରାଶି ପହଞ୍ଚାଇବା ପାଇଁ ନିବେଦନ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

ରାଇରଙ୍ଗପୁରରେ ବାଲେଶ୍ଵରର ‘ଭଜନ ଶ୍ରୀ କ୍ଷେତ୍ର’ ରେ ଅଧ୍ୟକ୍ଷଙ୍କୁ ରାଇରଙ୍ଗପୁର ପାଲା,କଳା ଓ ସଂଗୀତ ପରିଷଦ ତରଫରୁ ସମ୍ବର୍ଦ୍ଧନା

masiha

ପ୍ଲାଷ୍ଟିକ ପ୍ରଦୂଷଣ ଏକ ପ୍ରମୁଖ ପରିବେଶଗତ ସମସ୍ୟା ଆଲୋଚନାଚକ୍ର 

masiha

Leave a Comment

error: Content is protected !!