ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ* ପକ୍ଷରୁ ରଜ ମହୋତ୍ସବର ଦ୍ୱିତୀୟ ଦିନରେ ବାସନ୍ତୀ କଲୋନୀ ସ୍ଥିତ କନ୍ଯାଶ୍ରମ ଠାରେ ରଜ ସଂକ୍ରାନ୍ତି ପାଳିତ

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ* ପକ୍ଷରୁ ରଜ ମହୋତ୍ସବର ଦ୍ୱିତୀୟ ଦିନରେ ବାସନ୍ତୀ କଲୋନୀ ସ୍ଥିତ କନ୍ଯାଶ୍ରମ ଠାରେ ରଜ ସଂକ୍ରାନ୍ତି ପାଳିତ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଅତି ହର୍ଷୋଲ୍ଲାସର ସହିତ ରଜ ସଂକ୍ରାନ୍ତି ପାଳନ ହେଉଥିବା ସମୟରେ କନ୍ଯାଶ୍ରମ ଠାରେ ପହଞ୍ଚି ଥିଲା ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ। ଉତ୍ସବ ମୁଖରିତ ଇସ୍ପାତ ସହରର ଅଦୃଷ୍ଟରେ ରହି ଯାଇଥିବା କନ୍ଯାଶ୍ରମର ଅନ୍ତେବାସୀ ମାନଙ୍କ ସହିତ ଟିକିଏ ଖୁସି ସାଉଁଟି ବାର ପ୍ରଚେଷ୍ଟା ବେଶ୍ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଛି। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକ ବୟାନବେ ଜଣ କୁନିକୁନି ପିଲା ମାନଙ୍କୁ ରଜ ପର୍ବର ମାହାତ୍ମ୍ୟ ବିଷୟରେ ସୂଚନା ପ୍ରଦାନ କରି ସମାଜରେ ପରସ୍ପରକୁ ଭାତୃତ୍ବ ବନ୍ଧନରେ ଆବଦ୍ଧ ହୋଇ ରହିବା ପାଇଁ ଆହ୍ଵାନ ଦେଇଥିଲେ। ନୈତିକ ଜୀବନ ଯାପନ ଆମର ଜୀବନକୁ ସରସ ସୁନ୍ଦର ଓ ସୁଖମୟ କରିଥାଏ ବୋଲି ପିଲାମାନଙ୍କୁ କହିଥିଲେ। ଅନ୍ତେବାସୀ ମାନଙ୍କୁ ଓଡ଼ିଶାର ପାରମ୍ପାରିକ ମିଠା, ପିଠା, ଏବଂ ଲିଚୁ ପାନୀୟ ଇତ୍ୟାଦିରେ ଆପ୍ୟାୟିତ କରାଯାଇଥିଲା। ଅନୁଷ୍ଠାନର ସଦସ୍ୟ ମାନେ ପିଲାମାନଙ୍କ ସହ ମିଶି ନିଜର ତଥା ସମାଜର ମଙ୍ଗଳ କାମନା କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ପରିବେଶକୁ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ କରିଥିଲେ। ଅନ୍ୟତମ ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ଅନୁଷ୍ଠାନର ଟ୍ରଷ୍ଟି ସର୍ବଶ୍ରୀ ଡାକ୍ତର ଦେବାଶିଷ ପଟ୍ଟନାୟକ ,ଅରବିନ୍ଦ ଦାସ, ପ୍ରିୟବ୍ରତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୫ଟି ସଚିବଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ  , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ-୨୦୨୫ ପାଳିତ

Sunil Chandra Nayak

ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ 

masiha

Leave a Comment

error: Content is protected !!