ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ମେଳା ଉପଲକ୍ଷେ ନବରଙ୍ଗପୁର ଠାରେ କୃଷକ ସମାବେଶ 

ବିକାଶ ମେଳା ଉପଲକ୍ଷେ ନବରଙ୍ଗପୁର ଠାରେ କୃଷକ ସମାବେଶ 

ନବରଙ୍ଗପୁର:( ତା୧୬|୬)(ରବି ନାରାୟଣ ମହାନ୍ତି)ଆଜି ମଣ୍ଡେଇ ପଡିଆ ରେ ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ପଶୁସମ୍ପଦ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ ତରଫରୁ ଅଧିକାରୀ ଯୋଗଦେଇ ନିଜସ୍ବ ବିଭାଗ ର ବିଭିନ୍ନ ଯୋଜନା ରେ କିଭଳି ଚାଷୀ ଭାଇ ଲାଭ ପାଇପାରିବେ ତା ଉପରେ ଏକ କର୍ମଶାଳା ରେ ଭାଗ ନେଇଥିଲେ। କୃଷି ବିଭାଗ ତରଫରୁ ୫୦୦ ଜଣ ଚାଷୀ ଯୋଗଦାନ କରିଥିଲେ। ଏହି ମେଳାରେ ବିଭିନ୍ନ ଯୋଜନା ଯେପରିକି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ଯୋଜନା, ମୁଖ୍ୟମନ୍ତ୍ରୀ କିସାନ ଯୋଜନା, ସି ଏମ କୃଷକ ଛାତ୍ରବୃତ୍ତି, ପ୍ରାକୃତିକ ଚାଷ, ଶ୍ରୀ ଅନ୍ନ ଅଭିଯାନ, ମୁଖ୍ୟମନ୍ତ୍ରୀ ମକା ମିଶନ, ବୃହତ ଉଠାଜଳସେଚନ ଅଞ୍ଚଳରେ ଫସଲ ବିବିଧିକରଣ ଯୋଜନା, ମୁଖ୍ୟମନ୍ତ୍ରୀ ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ,ଫାର୍ମର ରେଜିଷ୍ଟ୍ରି, ଡିଜିଟାଲ କ୍ରପ ସର୍ଭେ ଇତ୍ୟାଦି ଯୋଜନା ର ପ୍ରଚାର ପ୍ରସାର କରାଯାଇଥିଲା ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା। ଶ୍ରୀ ପ୍ରଣୟ କୁମାର ମନ୍ତ୍ରୀ କୃଷି ବିଭାଗର ଯୋଜନା ଗୁଡିକ ବିଷୟରେ ସଂକ୍ଷିପ୍ତରେ ଆଲୋଚନା କରିଥିଲେ।ଆଜିର ମେଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଯଦୁମଣି ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଯୋଗଦାନ କରିଥିଲେ। ତାଙ୍କ ସହିତ ଶ୍ରୀ ସୁଭେନ୍ଦୁ କୁମାର ବିଶ୍ୱାଳ, ଅତିରିକ୍ତ ନିର୍ଦେଶକ ଉଦ୍ୟାନ ବିଭାଗ, ଡ଼. ଦିଲୀପ କୁମାର କବିରାଥୀ, ଅତିରିକ୍ତ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ, ସନ୍ତୋଷ କୁମାର ବିଶ୍ୱାଳ, ଏ.ପି.ଡି. ମୃତିକା ସଂରକ୍ଷଣ ବିଭାଗ ଓ ଟିକିଓ ପ୍ରକଳ୍ପ, ବିଶ୍ୱଜିତ୍ ସାହୁ, ଜିଲ୍ଲା କୃଷି ଅଧିକାରୀ(ପାପଡ।ହାଣ୍ଡି), ଓ ବିଷ୍ଣୁ କିସାନ, ଡିଏଫଓ ମଧ୍ୟ ଯୋଗଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ବାର୍ଷିକ ଉତ୍ସବ ୧୦ ରେ, ଯୋଗ ଦେବେ ରାଜ୍ୟ ଯୋଜନା ମନ୍ତ୍ରୀ 

ବ୍ଲକ ସ୍ତରୀୟ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ସଚେତନତା ଶିବିର

Sunil Chandra Nayak

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

Leave a Comment

error: Content is protected !!