ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା:ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଭବ୍ୟ ଆୟୋଜନ ଯୋଗୁଁ ଭେଜିଗୁଡା ପ୍ରଥମ ସ୍ଥାନ ଅଧିକାର କରିଛି

କଳାହାଣ୍ଡି ଉତ୍ସବ ଘୁମୁରା ଚଳିତ ୩ ଜାନୁଆରୀ ରୁ ୫ଜାନୁଆରୀ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ୨୧ଗୋଟି ଗ୍ରାମପଞ୍ଚାୟତରେ ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହୋଇଥିବା ବେଳେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ବ୍ଳକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୩ ଜୟପାଟଣା ଉମାଶାଙ୍କର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।ପଞ୍ଚାୟତ ଗୁଡ଼ିକରେ ପାରମ୍ପରିକ ଗୀତ,ନୃତ୍ୟ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ହୋଇଥିଲା ।

ଏଥିରେ ସାଜସଜ୍ଜା, ଜନସାଧାରଣ ଙ୍କ ଉପସ୍ଥିତ, ପ୍ରତିଯୋଗିତା ଓ ସଂସ୍କୃତିକ କାର୍ଯ୍ୟକ୍ରମ କୁ ନେଇ ମୂଲ୍ୟାଙ୍କନ କରିଥିଲେ ପର୍ଯ୍ୟବେକ୍ଷକ ମାନେ ।ତେବେ ଏହି କ୍ରମରେ ଭେଜିଗୁଡା ଗ୍ରାମ ପଞ୍ଚାୟତ କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ,ବାଣ୍ଡିଗାଁକୁ ଦ୍ୱିତୀୟ ଓ ମୁଖୀଗୁଡା ପଞ୍ଚାୟତକୁ ତୃତୀୟ ପୁରସ୍କାର ମିଳିଛି ।ମୁଖ୍ୟ ଅତିଥି ଙ୍କ ଦ୍ଵାରା ସରପଞ୍ଚ ଓ ସମିତି ସଭ୍ୟଙ୍କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି । ଗୁରୁବାର ଭେଜିଗୁଡା ପଞ୍ଚାୟତ ବାସି ସରପଞ୍ଚ, ସମିତି ସଭ୍ୟା ତଥା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ନଗର ପରିକ୍ରମା କରାଇଛନ୍ତି । ବ୍ୟାଣ୍ଡ ବାଜା ସହ ନାଚ ଗୀତ ଗାଇ ଅନେକ ସ୍ଥାନରେ ପୁରସ୍କାର ସହିତ ସରପଞ୍ଚ ଯଦୁମଣି ସାହୁ ,ସମିତି ସଭ୍ୟା ନିରୂପମ ମାଝୀଙ୍କୁ ବନ୍ଦାପନା କରାଯାଇଛି। ୨୦୧୬ ମସିହାରେ ଏହି ପଂଚାୟତ ଗଠନ ହୋଇଥିବା ବେଳେ ୨୦୧୭ ରେ ପ୍ରଥମ କରି ତ୍ରିସ୍ତରୀୟ ନିର୍ବାଚନ ହୋଇଥିଲା।ତେବେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଯଦୁମଣି ସାହୁ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବା ବେଳେ ସେ ଭେଜିଗୁଡା ଗ୍ରାମପଞ୍ଚାୟତ କୁ ଏକ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ପାଇଁ ସପ୍ନ ଦେଖିଛନ୍ତି । ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଆଲୋକ ଭଳି ସମସ୍ୟା କୁ ପ୍ରଥମେ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି । ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ବେଶ୍ରାଙ୍କର ନିଜ କାର୍ଯ୍ୟ ପ୍ରତି ଥିବା ନିଷ୍ଠାପରତା ପଞ୍ଚାୟତ ଚାଲିଥିବା ମନରେଗା ଯୋଜନା,ସାଧାରଣ ବଣ୍ଟନ, ବିକଳାଙ୍ଗ, ବିଧବା,ବାର୍ଦ୍ଧକ୍ୟ ଭତ୍ତା,ମିଶନ ଶକ୍ତି ,ବିଭିନ୍ନ ସରକାରୀ ଯୋଜନାର ସୁପରିଚାଳନା ରେ ସ୍ଥାନୀୟ ବାସିନ୍ଦା ସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି । ତେବେ ଏହି ପୁରସ୍କାର ହାସଲ ଉନ୍ନତି ପଥକୁ ଦ୍ବିଗୁଣିତ କରିବ ବୋଲି ଆଶା କରାଯାଉଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ପତ୍ରକାର)

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳନ

Sunil Chandra Nayak

DRM Waltair Reviews Passenger Facilities at Visakhapatnam Railway Station

Sunil Chandra Nayak

କମାଲ କଲେ ସହିଦ୍ ଙ୍କ ପୁଅ  ୯୯.୨% ନମ୍ବର ରଖି ଜିଲ୍ଲାରେ ଟପ୍ପର… ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା…

Sunil Chandra Nayak

Leave a Comment

error: Content is protected !!