ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା:ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଭବ୍ୟ ଆୟୋଜନ ଯୋଗୁଁ ଭେଜିଗୁଡା ପ୍ରଥମ ସ୍ଥାନ ଅଧିକାର କରିଛି

କଳାହାଣ୍ଡି ଉତ୍ସବ ଘୁମୁରା ଚଳିତ ୩ ଜାନୁଆରୀ ରୁ ୫ଜାନୁଆରୀ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ୨୧ଗୋଟି ଗ୍ରାମପଞ୍ଚାୟତରେ ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହୋଇଥିବା ବେଳେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ବ୍ଳକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୩ ଜୟପାଟଣା ଉମାଶାଙ୍କର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।ପଞ୍ଚାୟତ ଗୁଡ଼ିକରେ ପାରମ୍ପରିକ ଗୀତ,ନୃତ୍ୟ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନେକ ପ୍ରତିଯୋଗିତା ହୋଇଥିଲା ।

ଏଥିରେ ସାଜସଜ୍ଜା, ଜନସାଧାରଣ ଙ୍କ ଉପସ୍ଥିତ, ପ୍ରତିଯୋଗିତା ଓ ସଂସ୍କୃତିକ କାର୍ଯ୍ୟକ୍ରମ କୁ ନେଇ ମୂଲ୍ୟାଙ୍କନ କରିଥିଲେ ପର୍ଯ୍ୟବେକ୍ଷକ ମାନେ ।ତେବେ ଏହି କ୍ରମରେ ଭେଜିଗୁଡା ଗ୍ରାମ ପଞ୍ଚାୟତ କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ,ବାଣ୍ଡିଗାଁକୁ ଦ୍ୱିତୀୟ ଓ ମୁଖୀଗୁଡା ପଞ୍ଚାୟତକୁ ତୃତୀୟ ପୁରସ୍କାର ମିଳିଛି ।ମୁଖ୍ୟ ଅତିଥି ଙ୍କ ଦ୍ଵାରା ସରପଞ୍ଚ ଓ ସମିତି ସଭ୍ୟଙ୍କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି । ଗୁରୁବାର ଭେଜିଗୁଡା ପଞ୍ଚାୟତ ବାସି ସରପଞ୍ଚ, ସମିତି ସଭ୍ୟା ତଥା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ନଗର ପରିକ୍ରମା କରାଇଛନ୍ତି । ବ୍ୟାଣ୍ଡ ବାଜା ସହ ନାଚ ଗୀତ ଗାଇ ଅନେକ ସ୍ଥାନରେ ପୁରସ୍କାର ସହିତ ସରପଞ୍ଚ ଯଦୁମଣି ସାହୁ ,ସମିତି ସଭ୍ୟା ନିରୂପମ ମାଝୀଙ୍କୁ ବନ୍ଦାପନା କରାଯାଇଛି। ୨୦୧୬ ମସିହାରେ ଏହି ପଂଚାୟତ ଗଠନ ହୋଇଥିବା ବେଳେ ୨୦୧୭ ରେ ପ୍ରଥମ କରି ତ୍ରିସ୍ତରୀୟ ନିର୍ବାଚନ ହୋଇଥିଲା।ତେବେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଯଦୁମଣି ସାହୁ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବା ବେଳେ ସେ ଭେଜିଗୁଡା ଗ୍ରାମପଞ୍ଚାୟତ କୁ ଏକ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ପାଇଁ ସପ୍ନ ଦେଖିଛନ୍ତି । ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଆଲୋକ ଭଳି ସମସ୍ୟା କୁ ପ୍ରଥମେ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି । ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ବେଶ୍ରାଙ୍କର ନିଜ କାର୍ଯ୍ୟ ପ୍ରତି ଥିବା ନିଷ୍ଠାପରତା ପଞ୍ଚାୟତ ଚାଲିଥିବା ମନରେଗା ଯୋଜନା,ସାଧାରଣ ବଣ୍ଟନ, ବିକଳାଙ୍ଗ, ବିଧବା,ବାର୍ଦ୍ଧକ୍ୟ ଭତ୍ତା,ମିଶନ ଶକ୍ତି ,ବିଭିନ୍ନ ସରକାରୀ ଯୋଜନାର ସୁପରିଚାଳନା ରେ ସ୍ଥାନୀୟ ବାସିନ୍ଦା ସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଛି । ତେବେ ଏହି ପୁରସ୍କାର ହାସଲ ଉନ୍ନତି ପଥକୁ ଦ୍ବିଗୁଣିତ କରିବ ବୋଲି ଆଶା କରାଯାଉଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ପତ୍ରକାର)

Related posts

ଯୁଗଳ କିଶୋର ପଟ୍ଟନାୟକ ଙ୍କୁ ମ୍ୟାନ୍ ଅଫ୍ ମିଶନ୍ ସମ୍ମାନ

Sunil Chandra Nayak

୧- ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଛି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଇକ ଆଖଡ଼ା ,୨- ଯନ୍ତାରିବୋଲ ସେବାଶ୍ରମ ଆବାସିକ ବିଦ୍ୟାଳୟ ର ପ୍ରାଧାନସେବକଙ୍କ କାର୍ଯ୍ୟାଧାରା ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଅସନ୍ତୋଷ ,୩ କାମାକ୍ଷାନଗର ରେ ଗଣେଶପୂଜା ଭସାଣି  ଡିଜେ ବନ୍ଦ ସତ୍ୱେ ଡିଜେ ବାଜିବାରୁ ଅସନ୍ତୋଷ , ୪- ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ୍ ଲୁଟିନେଲେ ଦୁର୍ବୁତ୍ତ ,୫- ଦନ୍ତା ହାତୀ ଆକ୍ରମଣରେ ୧ ଗୁରୁତର , ୬- ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପୂଜାର୍ଚ୍ଚନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ , ୭-୭୬ ତମ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରାରୋପଣ, ୮- କାମାକ୍ଷାନଗରରେ ବିଶ୍ୱକର୍ମା ପୂଜା ପାଳିତ , ୯- ସହରର ୨ ସପିଙ୍ଗ ମଲ ଉପରେ ଫାୟାର ସେପ୍ଟି ମେଜର ଯାଞ୍ଚ , ୧୦-ମୋଟର ସାଇକେଲ ଧକ୍କାରେ ସାଇକେଲ ଆରୋହୀ ମୃତ, ୧୧- ଗଣେଶ ପୂଜା ଭସାଣିରେ ଗାଡି ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ, ୧୨- ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳିତ

Sunil Chandra Nayak

କାମାକ୍ଷାନାଗାର ରେ ବଜ୍ରାଘାତ ଘଟି ୫ ଗୁରୁତର

masiha

Leave a Comment

error: Content is protected !!