ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବସ୍ତା,26/01 : ବେତନଟୀ ବ୍ଲକ୍ ଅନ୍ତର୍ଗତ ଆମ୍ବଗଡ଼ିଆ ପଞ୍ଚାୟତ ର ଭଗବାନପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଭଗବାନପୁର ପରିସରରେ ଆମ୍ବଗଡ଼ିଆ ବିକାଶ ପରିଷଦ ଓ କିୟର ଓ୍ବେ ଇ.କ୍ଲିନିକ୍ ରୂପ୍ସା ର ମିଳିତ ସହଯୋଗରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି । ରୋଗୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ବିକାଶ ପରିଷଦ ର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ପ୍ରାରମ୍ଭରେ ପରିଷଦର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଚକ୍ରଧର ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଆୟୋଜିତ ଶିବିରକୁ ଓଡ଼ିଶା ସରକାରଙ୍କ ପୂର୍ବତନ ଅର୍ଥ ପରାମର୍ଶ ଦାତା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ସ୍ବତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଛୋଟରାୟ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍ଘାଟନ କରିଥିଲେ । ଏହି ସଭାରେ ବୈଦିକ ଗୁରୁକୁଳ ଆଶ୍ରମ ପିଞ୍ଛାବଣିଆଁ ର ସଂଚାଳକ ଆଚାର୍ଯ୍ୟ ବିଜୟ ଜୀ ମୁଖ୍ୟ ବକ୍ତା ଭାବେ ଯୋଗଦେବା ସହିତ ବରେଣ୍ୟ ଅତିଥି ଭଗବାନପୁର ଗ୍ରାମ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଭଗବାନ ମହାପାତ୍ର, ବାରିପଦା ର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଅଞ୍ଜନା ବେହେରା ,ଖୁଣ୍ଟାପୁର ର ସମାଜସେବୀ ଅକ୍ଷୟ କୁମାର ମିଶ୍ର, ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱନାଥ ପ୍ରଧାନ ପ୍ରମୁଖ ଅତିଥିଗଣ ଯୋଗଦାନ କରି ରୋଗୀମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ସଚେତନ କରାଇଥିଲେ ।ଇ କ୍ଲିନିକ୍ ରୂପ୍ସା କିୟର ଓ୍ବେ ର ମୁଖ୍ୟ ସେବିକା ଚନ୍ଦ୍ରିକା ରାଣୀ ଜେନା, ସୁପ୍ରିତି ପାତ୍ର ଲକ୍ଷ୍ମୀପ୍ରିୟା ସାହୁ ତଥା ଅବସରପ୍ରାପ୍ତ ଚକ୍ଷୁ ସହାୟକ ଅମରେଶ କୁମାର ବିଶ୍ବାଳ ପ୍ରମୁଖ ଶିବିର ରେ ଉପସ୍ଥିତ ରହି ରୋଗୀ ମାନଙ୍କୁ ପରିକ୍ଷା କରାଇଥିଲେ । ସେହିପରି ନିଳୟ କୁମାର ମହାପାତ୍ର , ଦେବେନ୍ଦ୍ର ଆଚାର୍ଯ୍ୟ ଓ ହେମନ୍ତ ଦାସ ,ରେଜିଷ୍ଟ୍ରେସନ ରେ ସହଯୋଗ କରିଥିଲେ । ଏହି ଶିବିରରୁ ସର୍ବ ମୋଟ ୫୫ ଜଣ ରୋଗୀଙ୍କ ପରିକ୍ଷା କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହିତ ରୋଗୀ ତଥା ବୃଦ୍ଧ ଓ ବୃଦ୍ଧାଙ୍କୁ ସମାଜସେବୀ ଶ୍ରୀମତୀ ଅଞ୍ଜନା ବେହେରା ଙ୍କ ପକ୍ଷରୁ ଶୀତ ବସ୍ତ୍ର କମ୍ବଳ ପ୍ରଦାନ କରାଯାଇଥିଲା । ପରିଶେଷରେ ପରିଷଦର ସଂପାଦକ ଶ୍ରୀଯୁକ୍ତ କୁଳ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ

masiha

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ  

masiha

ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ଗଠନ

Sunil Chandra Nayak

Leave a Comment

error: Content is protected !!