ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

ସ୍ଵାଧୀନତାରେ ଦେଶ ପାଈଁ ବଳିଦାନ ଦେଇଥିବା ସହିଦ୍ ମାନଙ୍କୁ ମନେ ପକେଇବା ଓ ଯୁବପୀଢ଼ି ଙ୍କ ମଧ୍ୟରେ ଜାତୟତାର ମନୋଭାବ,ରାଷ୍ଟ୍ରୀୟ ଭାଵନା ଜାଗରଣ ଜାଗ୍ରତ କରିବାର ଅଭିପ୍ରାୟ ନେଇ ତଥା ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ସନ୍ଦେଶ କୁ ନେଇ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆୟୋଜିତ ହୋଇଥଲା।ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ପଟ୍ଟଯୋଷିଙ୍କ ନେତୃତ୍ୱରେ ଉକ୍ତ ବିଶାଳ ତ୍ରିରଙ୍ଗା ଯାତ୍ରା ମା” ଭଣ୍ଡାର ଘରିଆଣିଙ୍କ ପୀଠରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ରାଜନୈତିକ କର୍ମୀ, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଜନସାଧାରଣ ସ୍ୱତସ୍ପୃତ ଭାବେ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ।ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ତହସିଲଦାର କୀର୍ତ୍ତି ପ୍ରଧାନ, ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ସମେତ ସାଧାରଣ ଜନତା ଏହି ଅଭୂତପୂର୍ବ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ  ସ୍ବଚ୍ଛ ସାଥିମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ

ବିଭିନ୍ନ‌ ଦାଵି ନେଇ ଜାମଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!