ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ୧୨ ଘଣ୍ଟିଆ ବନ୍ଦ !

ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ୧୨ ଘଣ୍ଟିଆ ବନ୍ଦ !

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ କୁ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି।

ଧର୍ମଗଡ ଜିଲ୍ଲା ଗଠନ ଦାବି ନେଇ ଚାଲିଥିବା ଗଣଧାରଣା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଲଗାତାର ବିଭିନ୍ନ ସଙ୍ଗଠନ ତରଫରୁ ୩୬ଦିନ‌ ଗଣଧାରଣା‌‌ ପ୍ରଦର୍ଶନ ପରେ ବୁଧବାର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମଗ୍ର ଉପଖଣ୍ଡରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡ଼ାକରାରେ ଜୁନାଗଡ ବ୍ୟତୀତ ବାକି ୫ଟି ବ୍ଳକ ସାମିଲ ହେବା ନେଇ ସମ୍ମତି ପ୍ରକାଶ କରିଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ। ସୂଚନାଯୋଗ୍ୟ ଗତ ଜୁଲାଇ ୨୮ ତାରିଖ ଠାରୁ ଧର୍ମଗଡ଼ ଜିଲ୍ଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ ଜାରି ରହିଛି। ଜିଲ୍ଲା ଗଠନ ପ୍ରସଙ୍ଗ ବିଧାନସଭାରେ ଉଠିବା ପରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯାଇଛି। ବୁଧବାର ବନ୍ଦ ପରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କମିଟି ପ୍ରକାଶ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତାପମାତ୍ରା ବୃଦ୍ଧି ପାଉଛି : ପ୍ରବଳ ଗରମରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତ ବାସି

Sunil Chandra Nayak

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ

Sunil Chandra Nayak

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!