ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ପାଣିରେ ବୁଡି ୮ ବର୍ଷର ଶିଶୁକନ୍ୟା ମୃତ

ପୋଖରୀ ପାଣିରେ ବୁଡି ୮ ବର୍ଷର ଶିଶୁକନ୍ୟା ମୃତ

କୋକସରା,୧/୧୦ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ରବିବାର ପୋଖରୀ ପାଣିରେ ବୁଡି ଜଣେ ଶିଶୁର ମୃତ୍ୟୁ ଭଳି ଏକ ଅଘଟଣ ଘଟିଯାଇଛି। ସୂଚନା ଅନୁସାରେ ମାଝୀଗୁଡା ପୋଢ଼ ପଡାରେ ରହୁଥିବା ଅଭିଲାଲ ପୋଢ଼ଙ୍କ ୮ ବର୍ଷ ଶିଶୁ କନ୍ୟା ପଦ୍ମିନୀ ପୋଢ ରବିବାର ନିଜ ସାଙ୍ଗ ମାନଙ୍କ ସହ ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପୋଖରୀର ଗଭୀର ପାଣିରେ ବୁଡି ଯାଇଥିଲା। ଏହା ଦେଖି ସାଙ୍ଗରେ ଯାଇଥିବା ଅନ୍ୟ ଶିଶୁ ମାନେ ପାଖରେ ଥିବା ଲୋକଙ୍କୁ ଡାକିବା ପରେ ଶିଶୁକୁ ପୋଖରୀରୁ ଉଦ୍ଧାର କରିଥିଲେ । ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ଶିଶୁକୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସକୁ ଏନେଇ ଖବର ଦେବାପରେ ପୋଲିସ ପହଞ୍ଚିଥିଲା । କୋକସରା ଥାନା କେଶ ନମ୍ବର ୨୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ଜନଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

ରାଇରଙ୍ଗପୁର ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣର ୫ ମ ବାର୍ଷିକ ୪ ଦିବସୀୟ ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ 

masiha

ରାଉରକେଲା ପାନପୋଷ ରୋଡର ମାଆ ତାରିଣୀଙ୍କ ୪୭ତମ ଜନ୍ମବାର୍ଷିକୀ ଓ ଅଷ୍ଟ ପ୍ରହରୀ ନାମଯଜ୍ଞ

Sunil Chandra Nayak

Leave a Comment

error: Content is protected !!