ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ପାଣିରେ ବୁଡି ୮ ବର୍ଷର ଶିଶୁକନ୍ୟା ମୃତ

ପୋଖରୀ ପାଣିରେ ବୁଡି ୮ ବର୍ଷର ଶିଶୁକନ୍ୟା ମୃତ

କୋକସରା,୧/୧୦ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ରବିବାର ପୋଖରୀ ପାଣିରେ ବୁଡି ଜଣେ ଶିଶୁର ମୃତ୍ୟୁ ଭଳି ଏକ ଅଘଟଣ ଘଟିଯାଇଛି। ସୂଚନା ଅନୁସାରେ ମାଝୀଗୁଡା ପୋଢ଼ ପଡାରେ ରହୁଥିବା ଅଭିଲାଲ ପୋଢ଼ଙ୍କ ୮ ବର୍ଷ ଶିଶୁ କନ୍ୟା ପଦ୍ମିନୀ ପୋଢ ରବିବାର ନିଜ ସାଙ୍ଗ ମାନଙ୍କ ସହ ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ପୋଖରୀର ଗଭୀର ପାଣିରେ ବୁଡି ଯାଇଥିଲା। ଏହା ଦେଖି ସାଙ୍ଗରେ ଯାଇଥିବା ଅନ୍ୟ ଶିଶୁ ମାନେ ପାଖରେ ଥିବା ଲୋକଙ୍କୁ ଡାକିବା ପରେ ଶିଶୁକୁ ପୋଖରୀରୁ ଉଦ୍ଧାର କରିଥିଲେ । ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ଶିଶୁକୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସକୁ ଏନେଇ ଖବର ଦେବାପରେ ପୋଲିସ ପହଞ୍ଚିଥିଲା । କୋକସରା ଥାନା କେଶ ନମ୍ବର ୨୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ କାଇମାଟି ଜୁଆଙ୍ଗ ସାହିରେ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ 

Sunil Chandra Nayak

ନୃତ୍ୟ ସଂଗମ-୨୦୨୪ “ଯୁବ ପ୍ରତିଭା” ପାଇଁ ନାମ ଘୋଷଣା

masiha

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!