ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁନ୍ଦେଲମାଲ ଠାରେ ନୂତନ ପେକ୍ସ ଉଦଘାଟିତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମ ପଞ୍ଚାୟତ ଠାରେ ଅଞ୍ଚଳର ଚାଷୀ ମାନଙ୍କ ସୁବିଧା ପାଇଁ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲି ଉଦଘାଟିତ ହୋଇଯାଇଛି ।ଏହାକୁ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ନୂତନ ପେକ୍ସର ଶୁଭ ଉଦଘାଟନ କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବରେ ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ବ୍ଲକ ଅଧକ୍ଷା ଶ୍ରୀମତୀ ସବିତା ମେହେର ,ଉପାଧକ୍ଷ ପ୍ରମୋଦ କୁମାର ବେହେରା ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ଆତ୍ମାର ଅଧକ୍ଷ ଅଶୋକ ପଟ୍ଟନାୟକ ,ସମିତି ସଭ୍ୟ ବଳି ସୁନାନୀ ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ଦୁନ୍ଦେଲ ମାଲ ଜିପିର ସରପଞ୍ଚ ଶ୍ରୀମତୀ ଜ୍ୟୋତି ବେମାଲ ସଭାପତିତ୍ୱ କରିଥିଲେ ।ଏଥିରେ ପେକ୍ସ କମିଟିର ସଭାପତି ଉଜଳ ବେମାଲ ,ସମ୍ପାଦକ ଲଳିତ ମୋହନ ମାଝି ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ପ୍ରେରକ ମଧୁସୂଦନ ତାଣ୍ଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଏଥିରେ ଅଞ୍ଚଳର ବୁଦ୍ଧି ଜୀବୀ ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ,ପଞ୍ଚାୟତର ୱାର୍ଡ ସଭ୍ୟ ଏବଂ ଦୁନ୍ଦେ ଲ ମାଲ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରେକୃଷ୍ଣ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଗାୟତ୍ରୀ ନଗର,ରାୟଗଡ଼ା ଠାରେ ଶିକ୍ଷା ବର୍ଷ ୨୦୨୩-୨୪ର ଦଶମ ଶ୍ରେଣୀ ଶିଶୁ ଭାଇଭଉଣୀଙ୍କର “ସମାବର୍ତ୍ତନ ଉତ୍ସବ” ପାଳନ 

masiha

ମରଣ୍ଡା ଠାରୁ ବାରିପଦାକୁ ମା ଲକ୍ଷ୍ମୀ ନାମକ ନୂତନ ଘରୋଇ ଯାତ୍ରୀବାହୀ ବସ୍ ଚାଲିଲା

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

masiha

Leave a Comment

error: Content is protected !!