ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର 

ଢ଼େଙ୍କାନାଳ, ୧୫୪ : ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ସମ୍ବଲପୁର ସହରରେ ଆଧ୍ୟାତ୍ମିକ ବାତାବରଣ ଓ ଉଦ୍ଦୀପନା ହର୍ଷ ଉଲ୍ଲାସରେ ଚିରଞ୍ଜିବୀ ରାମ ଭକ୍ତ ଆଞ୍ଜେନେୟ ‘‘ହନୁମାନ’’ଜୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ଦେବସେନା ଓ ବଜରଙ୍ଗ ଦଳର ସମର୍ପିତ ଭାଇ ଓ ଭଉଣୀମାନେ ପ୍ରଶାସନର ଅନୁମତି ସହିତ ଏକ ବିରାଟ ଓ ଭବ୍ୟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଅପରାହ୍ନ ୪ ଘଟିକା ସମୟରେ ଦେବସେନା ଓଡିଶା ପ୍ରଦେଶର ମହାସଚିବ ତପନ ପଟ୍ଟନାୟକଙ୍କ ନେତୃତ୍ବରେ ସମସ୍ତ ଦେବ ସୈନିକମାନେ ହାତରେ ଗୈରିକ ଧ୍ଵଜା ଧାରଣ କରି ଜୟ ଶ୍ରୀରାମ ଓ ଜୟ ବଜରଙ୍ଗ ନାରା ଦେଇ ନିର୍ଧାରିତ ରାସ୍ତା ଚାରଭାଟି ଛକ, ଜେଲ୍‌ ରୋଡ୍ ଛକ, ଭୂତପଡା ଛକ ଦେଇ ମୋତିଝରଣ ରାସ୍ତାରେ ଧନକରଡା ଅଭିମୁଖେ ଯିବା ସମୟରେ, ମୋତିଝରଣ ମସଜିଦ୍‌ ଭିତରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବିଧର୍ମୀ ଜୀହାଦୀମାନେ ରାମଭକ୍ତ ଦେବ ସୈନିକମାନଙ୍କ ଉପରକୁ ଢେଲା ପଥରମାଡ କରିଥିଲେ ଓ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିଥିଲେ । ପୋଲିସ୍ ପ୍ରଶାସନ ହଠାତ୍ ଏପରି ଘଟଣାକୁ ଦେଖ୍ ଅବାକ ହୋଇ ଯାଇଥିଲା । ବିଧର୍ମୀମାନେ ମସଜିଦ୍ ସାମ୍ନା ରାସ୍ତା ଉପରେ ବାଇକ୍ ରଖ୍ ରାସ୍ତା ଅବରୋଧ କରିଥିଲେ । ଶୋଭାଯାତ୍ରାକୁ ଆଗକୁ ଯିବା ପାଇଁ ବିରୋଧ କରିବା ସହିତ ଅସ୍ତ୍ରଶସ୍ତ୍ର ଲୁହା ରଡ୍ ଧରି ଆକ୍ରମଣ କରି ଲହୁଲୁହାଣ କରିଦେଇ, ଦୈବସୈନିକମାନଙ୍କୁ ଜୀବନରେ ମାରି ଦେବ ପାଇଁ ଆଗଭର ହୋଇଥିଲେ । ଏପରି ଆକ୍ରମଣରୁ ରକ୍ଷା ହେବାକୁ ଯାଇ ଅନେକ ସନାତନି ଓ ପୋଲିସ୍‌ର ବରିଷ୍ଠ ଅଧିକାରୀଙ୍କ ସହିତ କର୍ମଚାରୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଦେବସେନା ପ୍ରଦେଶ ଅଧ୍ୟକ୍ଷଙ୍କ ଗାଡିକୁ ମଧ୍ୟ ଢେଲା ପଥର ମାଡ କରିଛନ୍ତି। 

ସାରା ଓଡିଶାର ନାଗରିକ ତଥା ବୁଦ୍ଧିଜୀବୀ ଓ ସମ୍ବଲପୁର ଜନ ସାଧାରଣମାନଙ୍କର ଗୋଟିଏ ପ୍ରଶ୍ନ, ଯଦି ଏହି ଭାରତ ମାଟିରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଯାଇ ପାରିବୁନାହିଁ ତେବେ ଶବ ଯାତ୍ରା, ଧର୍ମ ଅନୁଷ୍ଠାନ, ପୂଜା ପାର୍ବଣରେ ରାମ ନାମ, କୃଷ୍ଣ ନାମ ତଥା ସମଲେଶ୍ବରୀଙ୍କ ନାମରେ ଜୟ ଧ୍ବନି କରିବାରୁ ବଂଚିତ ହେବୁ । ତେବେ ଏ ଭାରତ ବର୍ଷ ଋଷି ମୁନି ମାନଙ୍କର ଦେଶ, ସାଧୁସନ୍ଥ, ବୀର ଶିବାଜୀ, ମହାରଣା ପ୍ରତାପ, ବୀର ସୁରେନ୍ଦ୍ର ସାଏ, ବାଜିରାଉତ, ଜୟରାଜଗୁରୁଙ୍କର ବଳିଦାନର ଦେଶରେ ସଂଖ୍ୟା ଗରିଷ୍ଠ ସନାତନ ହିନ୍ଦୁମାନଙ୍କ ଉପରେ ବିଧର୍ମୀ ଜେହାଦି, ଦେଶଦ୍ରୋହୀ, ରାଜ୍ୟଦ୍ରୋହି, ରାଷ୍ଟ୍ରଦ୍ରୋହୀମାନଙ୍କର ବର୍ବର କାଣ୍ଡରେ ଆମେ ସୁରକ୍ଷିତ ନୁହେଁ କାହିଁକି ?

ଢେଙ୍କାନାଳ ଜିଲ୍ଲାର ଦେବସେନା ଓ ସମସ୍ତ ସନାତନ ହିନ୍ଦୁ ସଂଗଠନ ଏହାର ଦୃଢ ନିନ୍ଦା କରୁଛନ୍ତି । ଆପଣଙ୍କ ମାଧ୍ୟମ ଓ ନିର୍ଦେଶରେ ରାଜ୍ୟ ସରକାର ବିଧର୍ମୀ ଜେହାଦି ରାଷ୍ଟ୍ରଦ୍ରୋହିମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଓ ରାଜ୍ୟରେ ଏପରି ବର୍ବର କାଣ୍ଡ ଆଉ ନହେଉ, ସରକାର ତା’ଉପରେ ଧ୍ୟାନ ଦିଅନ୍ତୁ । ଏହା ସମସ୍ତ ରାଜ୍ୟବାସୀଙ୍କ ସହିତ ଢେଙ୍କାନାଳ ଦେବସେନା ଓ ସମସ୍ତ ସନାତନି ସଂଗଠନ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ସମର୍ଥନ କରି ଆଜି ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଏକ ସ୍ମାରକପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଓଡିଶା ଦେବସନାର ପ୍ରବକ୍ତା ଜିତେନ୍ଦ୍ର କୁମାର ହୋତା, ଢେଙ୍କାନାଳ ଦେବସେନା ମହାସଚିବ ଯୁଧୁଷ୍ଠିର ସାହୁ, ଜୁନା ଆଖେଡା ନାଥ ସଂପ୍ରଦାୟ ଜ୍ଞାନେନ୍ଦ୍ର ହୋତା, ବ୍ରହ୍ମାନନ୍ଦ ନାଥ ଅଘୋରୀ, ଡାର୍ଲିନ୍ ଡାଲ୍ଟନ୍, ସତ୍ୟସରୂପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

ବଢ଼ୁଛି ଚେରଚେଟା ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିବାଦ, ଫାଟକରେ ଧାରଣା ଦେଲେ ଗ୍ରାମବାସୀ

Sunil Chandra Nayak

ପଦ୍ମପୁର ବ୍ଲକ ବିଜୟା ନନ୍ଦ ହାଇସ୍କୁଲ ପଡ଼ିଆ ରେ ବଡ ଧୁମ ଧାମ ରେ ଚଇତି ପାଳିତ

masiha

Leave a Comment

error: Content is protected !!