ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ଧରାକୋଟ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ 

ଆସିକା ,୬/୪/୨୫ // ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ଧରାକୋଟ ପଞ୍ଚାୟତ ସମିତି ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ସମସ୍ତ ଅଠର ଗୋଟି ପଞ୍ଚାୟତ ରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକରେ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଜଗନ୍ନାଥ ମନ୍ଦିର ପରିସରରେ ବି ଡି ଓ ଡେନିସ ବେହେରା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ପି ଇ ଓ ଅଶୋକ ସେଠି,ସରପଞ୍ଚ ପୁନିଆ ଦାସ,ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ, ଗୋପାଳ ହରି ଗୌଡ଼,ମିନକେତନ ସ୍ୱାଇଁ,ବିକ୍ରମ ଅଧିକାରୀ, ଶିବ ପ୍ରସାଦ ମହାନ୍ତି,ସୁଶାନ୍ତ ବେହେରା, ପାପା ରାଓ, ଗଣେଶ ପାତ୍ର,ବାପୁନି ସ୍ୱାଇଁ,ଗିରିଜା ଦାସ ଙ୍କ ସମେତ ବହୁ ଗ୍ରାମବାସୀ ମିଳିତ ଭାବେ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ସେହିପରି ମଛାକୋଟ ପଞ୍ଚାୟତ ର ମଥୁରା ଗ୍ରାମ ସ୍ଥିତ ପ୍ରସିଦ୍ଧ ସନିଦେବ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା । ସରପଞ୍ଚ ମଙ୍ଗୁଳୁ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଟୁକୁନା ଗୌଡ଼, ପି ଇ ଓ ଇସାକ ପ୍ରଧାନ,ନାଏବ ସରପଞ୍ଚ ପ୍ରିୟଙ୍କା ପ୍ରଧାନ, ଏ ଡି ଓ ଶିବରାମ ଶରାବ,ସତ୍ୟ ନାରାୟଣ ପ୍ରଧାନ,ମହିଳା ସ୍ବେଚ୍ଛାସେବୀ ନୁନି ଗୌଡ଼ ଙ୍କ ସମେତ ବହୁ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବିଶ୍ବରତ୍ନ ବାବାସାହେବ ଡ. ବି. ଆର୍ ଆମ୍ବେଦକରଙ୍କ ୧୩୨ତମ ଜନ୍ମଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

Leave a Comment

error: Content is protected !!