ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କୁ ନାହିଁ ପକ୍କା ରାସ୍ତା:ନାହିଁ ନ ଥିବା ହଇରାଣ ହେଉଛନ୍ତି ଗ୍ରାମବାସୀ , କାଦୁଅ ରାସ୍ତାରେ ଗର୍ଭବତୀଙ୍କୁ ବୋହି ଆଣିଲେ ପରିବାର

ନବରଙ୍ଗପୁର-(ମସିହା )ଗାଁ କୁ ପକ୍କା ରାସ୍ତା ନ ଥିବାରୁ ଆଜି ଜଣେ ଗର୍ଭବତୀ ଙ୍କୁ କାଦୁଅ ପଚ ପଚ ରାସ୍ତାରେ ପରିବାର ଲୋକେ ଦୁଇ ଶହ ମିଟର ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଛନ୍ତି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧୀନରେ ଥିବା ସାନ ବରାଯୋଡି ଗ୍ରାମରେ l ସୂଚନା ଅନୁଯାୟୀ ସାନ ବରା ଯୋଡି ଗ୍ରାମର ଅରୁଣ ସାନ୍ତା ଙ୍କ ପତ୍ନୀ ଚନ୍ଦ୍ରିକା ସାନ୍ତା ଙ୍କୁ ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା l ପ୍ରଥମ ଗର୍ଭ ହୋଇଥିବାରୁ ପରିବାର ଲୋକେ ଜନନୀ ଏକ୍ସପ୍ରେସ କୁ ଫୋନ କରିଥିଲେ l ଜନନୀ ଏକ୍ସପ୍ରେସ ବି ଠିକ୍ ସମୟରେ ପହଞ୍ଚି ଥିଲା l କିନ୍ତୁ ଗ୍ରାମଠାରୁ ୨୦୦ ମିଟର ଦୂରରେ ଅଟକି ରହିଗଲା l କାରଣ ୨୦୦ ମିଟର ରାସ୍ତା କାଦୁଅ ପଚ ପଚ ଥିବାରୁ ଗ୍ରାମ ଭିତରକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା l ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ମହିଳା କୁ କାଦୁଅ ରାସ୍ତାରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ l ପରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ସେଠାରେ ପ୍ରସୂତି କରାଇ ପୁତ୍ର ସନ୍ତାନ ଟିଏ ଜନ୍ମ କରାଇଥିଲେ l ଶିଶୁ ଓ ମା ସୁସ୍ଥ ଅଛନ୍ତି l ସାନ ବରାଯୋଡି ଗ୍ରାମକୁ ଯିବାକୁ ହେଲେ ମେଦନା ପଞ୍ଚାୟତର ଚାଟିଗୁଡା ଓ ବାଉଁଶ ବେଡା ଗ୍ରାମ ଦେଇ ଯିବାକୁ ପଡିଥାଏ l ତେବେ ସ୍ଵାଧୀନତା ର ୭ ଦଶନ୍ଧି ପରେ ମଧ୍ଯ ଉକ୍ତ ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇ ପାରିନାହିଁ l ଚାଟି ଗୁଡା ଠାରୁ ସାନ ବରାଯୋଡି ଗ୍ରାମ ମାତ୍ର ତିନି କିମି ପାଦ ଚଲା ଜଙ୍ଗଲ ରାସ୍ତା ରହିଛି l ଉକ୍ତ ରାସ୍ତା ଦେଇ ପ୍ରତିଦିନ ଗ୍ରାମବାସୀ ଯାତାୟତ କରୁଛନ୍ତି l ବାଉଁଶ ବେଡା ଗ୍ରାମଠାରୁ ଏକ କିମି ଦୂରରେ ସାନ ବରାଯୋଡି ଗ୍ରାମ ଥିଲେ ସୁଦ୍ଧା ସେହି ରାସ୍ତା ମଧ୍ଯ ପକ୍କା ରାସ୍ତା ହୋଇ ନାହିଁ l ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଆସିଥିବା ବେଳେ ଗ୍ରାମ ଠାରୁ ୨୦୦ ମିଟର ଦୂରରେ କାଦୁଅ ରାସ୍ତା ପାଇଁ ଅଟକି ଯାଇଥିଲା l ଯଥାଶୀଘ୍ର ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ପରିବେଶ ଦିନସ ପାଳିତ: ୧୦ ଟି ବ୍ଳକରୁ ୧୦ ଜଣ  ପ୍ରକୃତି ବନ୍ଧୁ ସମ୍ମାନରେ ହେଲେ ସମ୍ମାନୀତ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!