ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡାମତଳିଆ ଓଡ଼ିଶା ବ୍ୟାଙ୍କ ମେନେଜରଙ୍କ କାର୍ଯ୍ଯରେ ଅତିଷ୍ଠ ହୋଇ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ମୟୂରଭଞ୍ଜ- ୨୮/୮ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ବଡାମତଳିଆ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମେନେଜର ଶ୍ରୀ ନବରତ୍ନ ଗିରିଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଗ୍ରାହକ ଶହ ଶହ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ ବ୍ୟାଙ୍କ କାର୍ଯ୍ୟାଳୟରେ ଆଜି ତାଲା ପକାଇ ଦେଇଥିଲେ । ସେମାନଙ୍କ କହିବା ଅନୁଯାୟୀ ବ୍ୟାଙ୍କ ମୁଖ୍ୟ ପରିଚାଳକ ଶ୍ରୀ ନବରତ୍ନ ଗିରି ଗ୍ରାହକ ମାନଙ୍କୁ ଠିକ ସମୟରେ ସେମାନଙ୍କ ଖାତା ଅପଟୁ ଡେଟ୍ କରୁ ନାହାନ୍ତି,ବୟସ୍କ ମାନଙ୍କୁ ଠିକ ସମୟରେ ଭତ୍ତା ପ୍ରଦାନ କରୁ ନାହାନ୍ତି, ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଗ୍ରାହକ ମାନେ ଉଠାଣ କରି ପାରୁ ନାହାଁନ୍ତି,ଦୀର୍ଘ ୩ ମାସ ହେଲା ସେମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ବହୁବାର ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ମହିଳାମାନେ ବ୍ୟାଙ୍କ ଆଗରେ ଧାରଣା ଦେଇଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ।ପରେ ମେନେଜର ନବରତ୍ନ ଗିରି ଗ୍ରାହକ ମାନଙ୍କ ‌ସମସ୍ତ ସମସ୍ଯା ସମାଧାନକୁ ୭ ଦିନ ମଧ୍ୟରେ ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେବାପରେ ମହିଳା ଓ ଗ୍ରାହକମାନେ ଧାରଣାରୁ ଓହରି‌ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କନ୍ଧାନ ଓ କୁଇ ଭାଷା ଉପରେ ବୈଠକ

Sunil Chandra Nayak

ଅଦିନିଆ ବର୍ଷା ଓ ଝଡ ଯୋଗୁଁ ଫୁଣ୍ଡା ହନୁମାନ ମନ୍ଦିର ଉପରେ ଗଛ ଭାଙ୍ଗି ନଷ୍ଟ

Sunil Chandra Nayak

ଉମରକୋଟ ଠାରେ ଆରଏସଏସ ର ଶତ ବାର୍ଷିକ ଉପଲକ୍ଷେ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!