ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ରାସ୍ତା ଡେଇଁ ଯାଉଛନ୍ତି ସ୍କୁଲ ଛାତ୍ର ଛାତ୍ରୀ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ କେନ୍ଦୁମୁଣ୍ଡି

 ସରକାର ସ୍କୁଲ କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଛାତ୍ର ଛାତ୍ରୀଙ୍କ ପାଇଁ ପଢ଼ିବା ବସିବା ଖାଇବା ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ। ସରକାର ଜଳ ହିଁ ଜୀବନ କହି ବଡ଼ ବଡ଼ କାନ୍ଥ ରେ ବଡ଼ ବଡ଼ ଅକ୍ଷର ରେ ଲେଖୁଛନ୍ତି ତୋ ଆଉ କେଉଁଠି ପୋଷ୍ଟର ଛାପିଥିବା ଦେଖିବାକୁ ମିଳିଛି।।ଜଳ ଓ ପରିମଳ ମିଶନ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ମାନଙ୍କରେ ଜଳ ଛତ୍ର ଖୋଲିଛନ୍ତି। ହେଲେ ଏପଟେ ଛୋଟ ଛୋଟ ପିଲାମାନଙ୍କ ପାଇଁ ସ୍କୁଲ ରେ ପାଣି ବ୍ୟବସ୍ଥା ନଥିବାରୁ ସ୍କୁଲ ବାହାର ରେ ରାସ୍ତା ଡେଇଁଲେ ଗୋଟିଏ ନଳ କୂପ ରହିଛି। ସେହି ନଳ କୂପ ର ପାଣି କୁ ଛାତ୍ର ଛାତ୍ରୀ ମାନେ ପିଇବା ପାଇଁ ଯାଉଛନ୍ତି। ଏହି ରାସ୍ତା ରେ ପ୍ରତ୍ୟେକ ଦିନ ହଜାର ହଜାର ଯାନବାହାନ ଯାତାୟାତ କରୁଛି। କେତେ ବେଳେ ପିଲାଙ୍କୁ ଗାଡ଼ି ଚାପି ଦେବ କେହି କହି ପାରିବେ ନାହିଁ। ଅନ୍ୟପଟେ ଯେଉଁ ନଳ କୂପ ର ପାଣି ବ୍ୟବହାର କରୁଛନ୍ତି ସେହି ନଳ କୂପ ର ପାଣି କୁଆଡେ ନିଷ୍କାସନ ହେଉ ନାହିଁ।ପାଣି ଜମି ମଇଳା ଆବର୍ଜନା ମଧ୍ୟ ଭର୍ତ୍ତି ରହିଛି। ଯାହା ଫଳରେ ଏହି ନଳ କୁପର ମଇଳା ପାଣି ବ୍ୟବହାର କରୁଥିବାରୁ କାଳେ ବିଭିନ୍ନ ରୋଗ ହେବା ଆଶଙ୍କା ରହିଛି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଚଆଇଭି (ଏଡ୍ସ) ସଚେତନତା ପଦଯାତ୍ରା ପାଳିତ 

masiha

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

masiha

Leave a Comment

error: Content is protected !!