ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡ଼ା ମଣ୍ଡଳ ଟିପ୍ପର ଆଣ୍ଡଟ୍ରକଓନର୍ସ ନବଗଠିତ ଆସୋସେସନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଦ୍ୱାରା ଉଦଘାଟିତ 

କୋଇଡ଼ା ମଣ୍ଡଳ ଟିପ୍ପର ଆଣ୍ଡଟ୍ରକଓନର୍ସ ନବଗଠିତ ଆସୋସେସନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଦ୍ୱାରା ଉଦଘାଟିତ 

କୋଇଡା -୨୬/୦୮ —  କୋଇଡା କେନ୍ଦ୍ର ଅନୁସୂଚିତ ବ୍ୟାପାର ଆଦିବାସୀ କଲ୍ୟାଣ ବିକାଶ ମନ୍ତ୍ରୀ ଜୁଏଲ ଓରାମ କୋଇଡା ଗସ୍ତ କାର୍ଯ୍ୟକ୍ରମ ରେ ଆସି କୋଇଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ର ନୂତନ ଭାବେ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀ ଗୃହ ର ଶୁଭ ଉଦଘାଟନ କରିବା ସହିତ ସ୍କୁଲ ପରିସର ବୁଲି ଦେଖିଥିଲେ I ଏହା ପରେ କୋଇଡା ସୀତାରାମ ରୁଂଗଟା ପଂଚାୟତ ମାର୍କେଟ କମ୍ପ୍ଲେକ୍ସ ଠାରେ ଏକ ବିରାଟ ଜନ ସଭା କୁ ସମ୍ବୋଧିତ କରିବା ସହିତ ନବ ଗଠିତ କୋଇଡା ମଣ୍ଡଳ ଟ୍ରକ ଓ ଟିପ୍ପର ଆସୋସେସନ ର ଶୁଭ ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ସନ୍ମାନିତ ଅତିଥି ଭାବେ କୋଇଡା ଗୋଷ୍ଟୀ ଉନୟନ ଅଧିକାରୀ ସୌମେନ୍ଦ୍ର ସାରା, କୋଇଡା ତହସିଲଦାର ନିର୍ମଳ ବିଶ୍ୱାଳ ରାଉରକେଲା ବିଜେପି ସାଙ୍ଗଠାନିକ ଜିଲ୍ଲା ସଭାପତି ପୂର୍ଣ୍ଣିମା କେର୍କେଟା,ବିଜେପି ସୁନ୍ଦରଗଡ଼ ଜିଲ୍ଲା କୋଷାଧକ୍ଷ ଚେତନ ଦୀପ୍ତ ନାୟକ,ଷ୍ଟେଟ କୋ-ଅର୍ଡିନେଟର ଯଜ୍ଞ ପ୍ରସାଦ ସାହୁ, ରାହାସ ବିହାରୀ ପ୍ରଧାନ କୋଇଡା ମଣ୍ଡଳ ସଭାପତି ରାମ ଚନ୍ଦ୍ର ପଲେଇ, କୋଇଡା ମଣ୍ଡଳ ପୂର୍ବତନ ସଭାପତି ମେଲେରି ବାରିକ କୋଇଡା ମଣ୍ଡଳ ଟ୍ରକ ଆଣ୍ଡ ଟିପ୍ପର ଆସୋସେସନ ର ସଭାପତି ଦୀପକ ଜ୍ୟୋତି ବାର୍ଲା ସମ୍ପାଦକ ଶାନ୍ତନୁ ବାରିକ ପ୍ରମୁଖ ଯୋଗ ଦେଇଥିଲେ I ବିଜେପି କୋଇଡା ମଣ୍ଡଳ ର ବରିଷ୍ଠ ସଦସ୍ୟ ଶରତ ବାରିକ କୁଳମଣି ପାତ୍ର, କୁନା ପୂଜାରୀ,ଟିଣ୍ଟୁଆ ରଣା ସୋନୁ ଜୈଶ୍ଵାଲ,ଡମ୍ବରୁ ଦେହୁରୀ, ଆନନ୍ଦ ସିଂ,ସୁନିତା ସାହୁ, ଓ ବିଜେପି ର ସମସ୍ତ କର୍ମକର୍ତା ଯୋଗ ଦେଇଥିଲେ I ନବ ଗଠିତ କୋଇଡା ମଣ୍ଡଳ ଟ୍ରକ ଆଣ୍ଡ ଟିପ୍ପର ଆସୋସେସନ ଆଗାମୀ ଦିନରେ ଦେବାଳିଆ ସ୍ଥିତି ରେ ଗତି କରୁଥିବା ଗାଡି ମାଲିକ ମାନଙ୍କ ସ୍ୱାର୍ଥ କୁ ପ୍ରାଥମିକତା ଦେବା ସହିତ ଅଞ୍ଚଳର ଗାଡି ଗୁଡିକୁ ଅଗ୍ରାଧିକାର ଭିତ୍ତିରେ କିପରି ଭାବେ ଲୋଡ଼ିଂ ଓ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଡି ଭଡା ମିଳିପାରିବ ସେ ଦିଗ ପ୍ରତି ଯତ୍ନବାନ ହେବା ନେଇ ସଭାପତି ଦୀପକ ଜ୍ୟୋତି ବାର୍ଲା ମତପ୍ରକାଶ କରିଛନ୍ତି I ଏହି ନୂତନ ସଙ୍ଘର କାର୍ଯ୍ୟଧାରା ଦେବାଳିଆ ସ୍ଥିତିରେ ଗତି କରୁଥିବା କୋଇଡା ଅଂଚଳର ଗାଡି ମାଲିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ନେଇ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି I 

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭଵନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ

masiha

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

masiha

Leave a Comment

error: Content is protected !!