ଡାବୁଗାଁ ଲ୍ୟାମ୍ପସରେ ମୃତ ବ୍ୟକ୍ତିଙ୍କ ଜମି ଉପରେ ନକଲି ଝିଅ ନାମରେ ଚାଷୀ ପଞ୍ଜିକରଣ
ନବରଙ୍ଗପୁର :(୨୧|୯)(ରବି ନାରାୟଣ ମହାନ୍ତି)ଡାବୁଗାଁ ଲ୍ୟାମ୍ପସରେ ଏମଡି ହାରିବନ୍ଧୁ ମିର୍ଗାନ ଦାୟିତ୍ୱ ନେବା ପରଠୁ ଚାଷୀଙ୍କ ଅସନ୍ତୋଷ ବୃଦ୍ଧି ପାଉଛି।ସୂଚନାଥାଉ କି ମୃତ ବ୍ୟକ୍ତି ରୁଦ୍ରନାରାୟଣ ରାଜୁଙ୍କ ଭଉଣୀ ଆଜିକୁ ୨୦/୨୨ବର୍ଷ ହେବ ସେହି ଜମିର ମଣ୍ଡିକାର୍ଡ ପାଇ ଆସୁଥିଲେ। କିନ୍ତୁ ହରିବନ୍ଧୁ ମିର୍ଗାନ ଏମ୍ ଡି ହେବା ପରେ ସେହି ଜମିରେ ଜଣେ ନକଲି ଝିଅର ନା ରେ ଚାଷୀ ପଞ୍ଜିକୃତ କରାଯାଇଛି। ବିଶେଷ ସୂତ୍ରରୁ ଜଣାପଡିଛି ଏହି ଜମି ସମ୍ପର୍କରେ ଅଦାଲତ ରେ ମାମଲା ଚାଲିଛି, ତେଣୁ ଏହି ଜମିର ମଣ୍ଡି କାର୍ଡ କାହାରିକୁ ଦିଆ ନ ଯାଉ ବୋଲି ଲିଖିତ ଭାବରେ ଦାବୀ ହେବା ପରେ ମଧ୍ୟ ଚଳିତ ବର୍ଷ ଆଉ ଏକ ମହିଳା ମୁନି ଚାଉଳ କାର୍ଡରେ ମୁରଲୀ ରେଲିଙ୍କ ଝିଅ ବୋଲି ଦର୍ଶାଇଛନ୍ତି । କିନ୍ତୁ ଜାଲମାଲ କାଗଜ ପ୍ରସ୍ତୁତ କରି ନିଜକୁ ରୁଦ୍ର ନାରାୟଣ ରାଜୁଙ୍କ ଝିଅ ବୋଲି ଦାବୀ କରିବାରୁ ଲ୍ୟାମ୍ପସରେ ମଣ୍ଡିକାଡ଼ ପ୍ରସ୍ତୁତ କରାଯାଉଛି।ମୃତ ବ୍ୟକ୍ତିଙ୍କ ନାମରେ ପଟା ଥିଲେ ପଟା ପରିବର୍ତ୍ତନ କିମ୍ବା ଲିଗାଲହେୟାର ସାର୍ଟିଫିକେଟ ନ ଥିଲେ ଚାଷୀ ପଞ୍ଜିକରଣ ସରକାରଙ୍କ ନିର୍ଦେଶ ଥିବା ସତ୍ୱେ କିପରି ପଞ୍ଜିକରଣ କରାଗଲା। ବର୍ତ୍ତମାନ ଡାବୁଗାଁ ତହସିଲଦାର ଏବଂ ଡାବୁଗାଁ ଆରଆଇ ଏହା ଉପରେ କିଭଳି ଫଇସଲା ଦେବେ ଦେଖୁବାକୁ ବାକି ରହିଲା। ଡାବୁଗାଁ ଲ୍ୟାମସରେ ଏଭଳି ଅନେକ ଘୋଟାଲା ଅଛି । ମଝିରେ ମଧ୍ୟ ସାର ହେରାଫେରୀ ବିଷୟରେ ବିଭିନ୍ନ ଗଣମାଧ୍ୟରେ ଡାବୁଗାଁ ଏମଡି ଙ୍କ ନାମରେ ପ୍ରକାଶିତ ହୋଇଥିଲା। ଏସବୁ ମାମଲାର ଜିଲ୍ଲାସ୍ତରୀୟ ତଦନ୍ତ ହେବା ଅବଶ୍ୟକତା ଅଛି।
ନବରଂଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍

