ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁର୍ଲାରେ ବିଶ୍ୱ ପରିବେଶ ଦିବସ ପାଳିତ

କୁସୁର୍ଲାରେ ବିଶ୍ୱ ପରିବେଶ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତା କୁସୁର୍ଲା(ହଜାରୀପଡା) ଗ୍ରାମରେ ନେହରୁ ୟୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ପ୍ରକୃତି ବନ୍ଧୁ ତଥା ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ଶ୍ରୀ ସନତ କୁମାର ସାହୁ ବିଶ୍ୱ ପରିବେଶ ଦିବସ ପାଳନ କରିଛନ୍ତି l ଏହି ପରିବେଶ ଦିବସରେ ପ୍ରକୃତି ପ୍ରେମୀ ତାଙ୍କ ବାଡି ବଗିଚାରେ କିଛି ବୃକ୍ଷ ରୋପଣ କରି ବିଶ୍ୱ ପରିବେଶ ଦିବସ ପାଳନ କରିଛନ୍ତି l ପୃଥିବୀରେ ସର୍ବ ପ୍ରଥମେ ବୃକ୍ଷ ହିଁ ଉତ୍ପତି ହୋଇଥିଲା କିନ୍ତୁ ଆଜି ଏହି ମଣିଷ ସମାଜ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ କ୍ଷୟ କରି ଚାଲିଛି l ଯାହା ଫଳରେ ଆଜି ପୃଥିବୀ ପୃଷ୍ଠାରେ ତାପମାତ୍ରା ବଢ଼ିବାରେ ଲାଗିଛି l ତାହାକୁ ରୋକିବା ପାଇଁ ହେଲେ ଆମେ ସମସ୍ତେ ଏବେ ସଜାଗ ହୋଇ ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରି ସମାଜ କୁ ସୁସ୍ଥ ଓ ମୁକ୍ତ ଅମ୍ଳଜାନ ପ୍ରଦାନ କରିବାରେ ହାତ ମିଳାଇବା, ଆମ ପରିବେଶକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ l ବୃକ୍ଷ ହିଁ ଜୀବନ ବୃକ୍ଷ ଅଛିତ ଜୀବନ ଅଛି l ତାହା କହି ଲୋକମାନଙ୍କୁ ସଚେତନ କରିବା ସହ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ତ୍ରିଲୋଚନ ସାହୁ, ଭୈରବ ଶଙ୍କର ସାହୁ, ହେମନ୍ତ ସାହୁ ସହଯୋଗ କରିଥିଲେ l ଶେଷରେ ପ୍ରକୃତି ପ୍ରେମୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସ୍କୁଲ ଛାତ୍ରଛାତ୍ରୀଙ୍କ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଦାୟୀ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଛାତ୍ର,ଯୁବ ଓ ଅଭିଭାବକ ଙ୍କ ବିକ୍ଷୋଭ

Sunil Chandra Nayak

୧- ବିପଦ ସଂକୁଳ ଅବସ୍ଥାରେ ରାସ୍ତା ମଝିରେ ଖାଇ , ୨– ରାସ୍ତା ପାର୍ଶ୍ଵରେ ଗାର୍ଡ ୱାଲ ନଥିବାରୁ ମାଟି ଖାଇ ହୋଇ ପିଛୁ ରାସ୍ତା ଖରାପ ହୋଉଛି 

Sunil Chandra Nayak

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!