ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

୪୨ ମୌଜା ବିଜେପି ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

କଟକ : ପରିବେଶ ସୁରକ୍ଷା ଜୀବନ ରକ୍ଷା । ପରିବେଶକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ବିଶ୍ଵ ପରିବେଶ ଦିବସରେ କଟକ ସଦର ୪୨ ମୌଜା ମଣ୍ଡଳ ବିଜେପି ପକ୍ଷରୁ କଦମପଡା ସ୍ଥିତ ପୁଷ୍ପ ସୁବାଷ ନିବାସରେ ସଭାପତି ତଥା ସର୍ବ ଭାରତୀୟ ଟ୍ରେଡ ୟୁନିୟନ ଲିଡର ଇଞ୍ଜିନିୟର ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ବିଶ୍ଵ ପରିବେଶ ଦିବସ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନବ ନିର୍ବାଚିତ ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ମାନଙ୍କୁ ସମ୍ବଦ୍ଧିତ କରାଯାଇଛି । ଏହି ଅବସରରେ ପୁସ୍ତକ “ସବୁଜିମା” ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ସଂଘ ସଭାପତି ତଥା ପୂର୍ବତନ ଶିକ୍ଷକ ସୁବାଷ ଚନ୍ଦ୍ର ଗୋଛାୟତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ପିୟୁଷ ରଞ୍ଜନ ପରିଡା,ଚନ୍ଦ୍ରଶେଖର ପତି,ଅନିଲ ଦାସ,ଦୀପକ ଆଚାର୍ଯ୍ୟ,ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଶୁଭନ୍ୟାସ ମହାନ୍ତି, ରୋହିତ ସ୍ଵାଇଁ,ଉମାକାନ୍ତ ରାଉତ, ଅଭିରାମ ଦଳାଇ,ଘନଶ୍ୟାମ ମଲ୍ଲିକ, ମହିଳା ମୋର୍ଚ୍ଚା ନେତ୍ରୀ ସୁମିତ୍ରା ଦେବତା,ଚିତ୍ତରୋମା ସ୍ୱାଇଁ, ଲିଙ୍ଗରାଜ ନାୟକ,ହେମନ୍ତ ପଣ୍ଡା, ଦେବୀ ପ୍ରସାଦ ପତି, ପ୍ରକୃତି ବନ୍ଧୁ ନବ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ଗୋଛାୟତଙ୍କ ନେତୃତ୍ବରେ ଏକ ଶହରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

A five day workshop on Enhancing Digital Literacy of School Teachers towards Women Empowerment 

ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କଲେ ଜୁନାଗଡ଼ ବିଜେପି କର୍ମୀ 

Sunil Chandra Nayak

ଧର୍ମଗଡ଼ ପଞ୍ଚାୟତ ସମିତି ର ନବମ ବୈଠକ

masiha

Leave a Comment

error: Content is protected !!