ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ 

ଜୁନାଗଡ଼ ୧୮/୮// ଜୁନାଗଡ଼ ରେଣ୍ଡୋ ମାଝୀ ସଂସ୍କୃତି ଭବନ ଠାରେ ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ର ସହାୟତା ବଣ୍ଟନ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ର ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ସରିତା ମେହେର ଓ ଜୁନାଗଡ଼ ,ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ,ଭବାନୀପାଟଣା ଡିସିସି ବ୍ୟାଙ୍କ ଅଧକ୍ଷ୍ୟ ଗିରିଶ ବେହେରା, ଶ୍ରମିକ ନେତା ବିରଞ୍ଚି ପଣ୍ଡା, କଳାହାଣ୍ଡି ଶ୍ରମିକ ସଂଗଠନ ସଭାପତି ଶିଶିର ପଟ୍ଟନାୟକ ଉପସ୍ଥିତ ଥିଲେ l ଜ଼ିଲ୍ଲା ପ୍ରଶାସନ ସହଯୋଗ ରେ ଜ଼ିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ ଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରାଯାଇଥିଲା l

ଶିକ୍ଷା ସହାୟତା ପାଇଁ ୭୬ ଜଣ ହିତାଧିକାରୀ ଙ୍କୁ :୬୩,ଲକ୍ଷ ୮୪୪୦୦ଟଙ୍କା ବିବାହ ସହାୟତା ୪୧ଜଣଙ୍କୁ :୨୦ ଲକ୍ଷ ଟଙ୍କା, ପ୍ରସୂତିକାଳୀନ ସହାୟତା ପାଇଁ ୫ ଜଣ ଙ୍କୁ ୫୦,ହଜାର ଏବଂ ମୃତ୍ୟୁ ସହାୟତା ବାବଦ କୁ ୩୬ ଜଣଙ୍କୁ ୭୧ ଲକ୍ଷ ଅନ୍ତେଷ୍ଟି କ୍ରିୟା ପାଇଁ ଦେଢ଼ ଲକ୍ଷ ଟଙ୍କା ଏହିପରି ମୋଟ ୯୯ଲକ୍ଷ ୩୮ ହଜାର ୪୦୦ଟଙ୍କା ନିର୍ମାଣ ଶ୍ରମିକ ହିତାଧିକାରୀ ଙ୍କୁ ଅତିଥି ଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା l ନୂତନଭାବେ ପଞ୍ଜିକୃତ ନିର୍ମାଣ ଶ୍ରମିକ ଙ୍କୁ ନିର୍ମାଣ ଶ୍ରମିକକାର୍ଡ଼ ପ୍ରଦାନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଓ ବିଭାଗୀୟ ଶ୍ରମଆୟୁକ୍ତ ନରେନ୍ଦ୍ର ରାଇକା, ଜ଼ିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ, ସହଶ୍ରମ ଅଧିକାରୀ ଶ୍ରୀ ଜିତମ ମାଝୀ ଓ ଶ୍ରମ କାର୍ଯ୍ୟାଳୟ ର କର୍ମଚାରୀ ସହ ସମସ୍ତ ଶ୍ରମିକ ସଂଗଠନର କର୍ମକର୍ତ୍ତା ଉପସ୍ଥିତିରହିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜାଡ଼ରେ ଥରୁଛି ସମଗ୍ର କନ୍ଧମାଳ। ଫୁଲବାଣୀ ସହର ନିକଟ ରୁଜାଙ୍ଗି ଲେଙ୍ଗେରୀ ସାହିରେ ପାଳଗଦା ରେ ତୁଷାର ପାତ

Sunil Chandra Nayak

ୱାନ ଷ୍ଟପ ସେଣ୍ଟର (ଶକ୍ତି ସମ୍ବଳ ) ରାଜ୍ୟ ସହାୟତା କେନ୍ଦ୍ର ର ଷ୍ଟେକ ହୋଲଡର ମିଟିଙ୍ଗ 

masiha

ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସୁବର୍ଣ୍ଣ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!