ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର ଫାଉଣ୍ଡେସନର ୩ୟ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ

ଭୂବନେଶ୍ୱର:୩୦/୦୪ – (ମନିସ):- ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ କର ଫାଉଣ୍ଡେସନ’ ର ତୃତୀୟ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ବ୍ଯକ୍ତିତ୍ଯଙ୍କୁ ସମ୍ମାନିତ କରାଯାଇଥିଲା।ଅନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମ ରେ ଏକ ଫଟୋଚିତ୍ର ପ୍ରଦର୍ଶନ କରାଯିବା ସହ ବାର୍ଷିକ ବିବରଣୀ ପ୍ରଦାନ କରାଯାଇଥିଲା।ଏଥିରେ ଅତିଥି ରୂପେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ତଳୀର ମାନ୍ଯବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,କର ଫାଉଣ୍ଡେସନ ର ଅଧ୍ଯକ୍ଷ ତଥା ଭର୍ସାଟାଇଲ୍ ଅଭିନେତା ଶ୍ରୀଯୁକ୍ତ ଚନ୍ଦନ କର,ଯୁବ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ, ଚଳଚ୍ଚିତ୍ର ପ୍ରଯୋଜକ ପ୍ରଦୀପ କୁମାର ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବ୍ଯକ୍ତି ବିଶେଷ ହେଉଛନ୍ତି – ସାମ୍ବାଦିକ ଦୁର୍ଗାଶିଷ, ସାଇବର ଏକ୍ସପର୍ଟ ପ୍ରସାନ୍ତ ସାହୁ,ଅଭିନେତା ଆରଜେ କେପି, ସାମ୍ବାଦିକ ଅବିନାଶ ଷଡ଼ଙ୍ଗୀ,ଅଭିନେତା କାଳୀଚରଣ ଆର୍ଚାଯ୍ଯ,ମାନବାଧିକାର କର୍ମୀ ଡଃ ସୁନୀତା ମହାନ୍ତି,ସାମ୍ବାଦିକ ଗୁରୁପାଦ ନାଥ,ସଂଗ୍ରାମୀ ଯୁବଛାତ୍ର ସଂଗଠନର ରାଜ୍ଯ ସହ ସଂଯୋଜକ ମାନସ ରଞ୍ଜନ ସାହୁ,ସମାଜସେବୀ ପ୍ରଜ୍ଞାସ୍ମିତା ଦାସ, ସେଣ୍ଟର ଫର ଭେଲ୍ଯୂଣ୍ଟାରୀ ସର୍ଭିସ, ଖୋର୍ଦ୍ଧା ପାଇକ ଟ୍ରଷ୍ଟ, ନୟାଗଡ଼ ହେଲଫିଙ୍ଗ ହ୍ଯାଣ୍ତ, ସମାଜସେବୀ ବିନୋଦ କୁମାର ରାଉତ୍, ଶିକ୍ଷୟିତ୍ରୀ ଭାଗ୍ଯଶ୍ରୀ ମହାନ୍ତି। ଅନୁଷ୍ଠାନ ତରଫରୁ ସଭା ପରିଚାଳନା କରିଥିଲେ ନିରୋଜ କୁମାର, ସିଲୁ ସାହୁ ଓ ଅନ୍ନପୂର୍ଣ୍ଣା ଦାସ। ଅନ୍ଯମାନଙ୍କ ମଧ୍ୟରେ ରଜନୀକାନ୍ତ ନାୟକ,ଶେଖ ଗୁଲଜାର ହୁସେନ୍, ଶ୍ରୀରାମ,ପ୍ରିୟଙ୍କା।

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ବ୍ଲକରେ ମଧୁବାବୁ ନୂତନ ଭତ୍ତା ବଣ୍ଟନ: ୨୨୯ ହିତାଧିକାରୀ ଉପକୃତ

ଅସହାୟ ଗରିବ ରୋଗୀ ଙ୍କ ପାଇଁ BHRC INDIA ଢେଙ୍କାନାଳ ଟିମ୍ ଙ୍କ ମହାନତା

ଅ’ ପତ୍ରିକା ଓ ସାଂସ୍କୃତିକ ଅନୁଷ୍ଠାନକୁ ‘ସାହିତ୍ୟ ସମ୍ମାନ’ 

masiha

Leave a Comment

error: Content is protected !!