ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରେ ଶ୍ରୀ ଶ୍ୟାମ ପ୍ଲାଇ ହାଉସ ସୋ ରୁମ୍ ଉଦଘାଟିତ

ରାଇରଙ୍ଗପୁର -୨୨/୨/୨୩ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ବୃହତ୍ତମ ସହର । ଦିନକୁ ଦିନ ସହର ଏବଂ ଆଖପାଖ ଅଞ୍ଚଳରେ ନୂତନ ନୂତନ ସୁନ୍ଦର ଆକର୍ଷଣୀୟ ଗୃହ ନିର୍ମାଣ ବୃଦ୍ଧି ପାଇଛି ।ଗୃହ ନିର୍ମାତାଙ୍କ ଆବଶ୍ୟକତାକୁ ଦେଖି ରାଇରଙ୍ଗପୁର ସହରର ବ୍ୟବସାୟୀ ସନ୍ତୋଷ ସାରଡା, ବିଷ୍ନୁ ସାରଡାଏବଂ ଵିନୋଦ ସାରଡା ତିନିଭାଇ ଙ୍କ ମିଳିତ ପ୍ରୟାସରେ ଶ୍ରୀ ଶ୍ୟାମ ହାଉସ ପ୍ଲାଇ ହାଉସ ଏକ ସୋରୁମ ଜଗନ୍ନାଥ ମାର୍କେଟରେ ଖୋଲିଛନ୍ତି । ଏଥିରେ ଗୃହର ଆଭ୍ୟନ୍ତରୀଣ ସଜ୍ଜାସଜ୍ଜି ଆସାବାବାପତ୍ର ଉପଲବ୍ଧ ଅଛି ।ଏହି ମୋ ରୁମକୁ ୩ ଭାଇଙ୍କ ମାତା ଗାୟତ୍ରୀ ଦେବୀ ସାରଡା ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ଉତ୍ତରପ୍ରଦେଶର ଗୋବର୍ଦ୍ଧନ ଅଂଚଳର ବିଶିଷ୍ଟ ପୂଜକ ଜମୁନା ପ୍ରସାଦ ଶର୍ମା,ହରି ବଲ୍ଲଭ ଶର୍ମାଙ୍କ ସମେତ ବହୁ ଗ୍ରାହକ,ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।ସନ୍ତୋଷ ସାରଡା କହିଛନ୍ତି ଗୃହ ନିର୍ମାତାଙ୍କ ଆବଶ୍ୟକତାକୁ ଦେଖି ତାହା ପୂରଣ କରିବା ପାଇଁ ଚେଷ୍ଟା କରିଵେ ବୋଲି କହିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

masiha

ବିଜୁଳି ଆଘାତରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ)ର ନୂଆଖାଈ ଭେଟଘାଟ ଉତ୍ସବ ସଂପନ୍ନ 

masiha

Leave a Comment

error: Content is protected !!