ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ଗଞ୍ଜାମ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାକୁ ମିଳିଲା ସ୍ଥାନ

ବାଲେଶ୍ଵର,୧୫/୦୧/୨୩- ଗଦ୍ଯ ସାହିତ୍ୟର ଉନ୍ନତି ତଥା ବିକାଶ ପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ୨୦୧୯ ମସିହାରେ ଗଠିତ । ସାହିତ୍ୟ ସାଧନା କରୁଥିବା ବନ୍ଧୁମାନଙ୍କ ଠାରୁ ଗଦ୍ଯ ସାହିତ୍ୟ ଧୀରେ ଧୀରେ ଦୂରେଇ ଯାଉଥିବାର ପରିଲକ୍ଷିତ ହେବାରୁ ତାହାକୁ ନିକଟତର କରିବା ଅନୁଷ୍ଠାନର ମୂଳ ଲକ୍ଷ୍ୟ । ସେଥିପାଇଁ ମୋ ଅନୁଷ୍ଠାନ ନାମରେ ଫେସବୁକ୍ ଓ ହ୍ବାର୍ଟସପ୍ ଗୃପ୍ ସୃଷ୍ଟି କରାଯାଇଛି । ଅନୁଷ୍ଠାନ ସର୍ବଦା ଗଦ ସାହିତ୍ୟକୁ ପ୍ରାଧାନ୍ୟ ଦେଇଥାଏ । ପୂର୍ବ ବର୍ଷପରି ଚଳିତ ବର୍ଷ ମଧ୍ୟ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କ ଅନୁମୋଦନ କ୍ରମେ ଗଦ୍ୟ ସାହିତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ପ୍ରବାସୀ ଓଡିଆ ସାହିତ୍ୟ ବନ୍ଧୁମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଏହି ଅବସରରେ ହ୍ବାର୍ଟସପ୍ ଗୃପରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ଯାୟ ପ୍ରବନ୍ଧ ” ମାଆ ଓ ଶିକ୍ଷା ” ର ଫଳାଫଳ ପ୍ରକାଶ ପାଇଛି । ଯେଉଁ ଥିରେ ପ୍ରବାସୀ ଓଡିଆ ସାହିତ୍ୟ ସାଧକ ଅରୁଣ କୁମାର ମହାପାତ୍ର, ଯିଏକି ଗଞ୍ଜାମ ଜିଲ୍ଲାର କବି ଓ ଲେଖକ ଅଟନ୍ତି । ସେ ଏବେ ଅଶ୍ବପୁରମ୍, ତେଲେଙ୍ଗାନାରେ କାର୍ଯ୍ୟରତ ଅଛନ୍ତି । ସେ ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନର ଉନ୍ନତି ନିମନ୍ତେ ଆଗେଇ ଆସିଛନ୍ତି । ସେହିପରି ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼କୁ ଦ୍ବିତୀୟ ଓ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧାକୁ ତୃତୀୟ ସ୍ଥାନ ମିଳିଛି । ସମୀକ୍ଷା କରିଥିଲେ ସୁଜାତା ଦାସ ମହାନ୍ତି ଯିଏକି ଅନୁଷ୍ଠାନର ଜଣେ ଆଜୀବନ ସଦସ୍ୟା ଅଟନ୍ତି । ସର୍ବଦା ଲେଖା ଜାରି ରଖନ୍ତୁ, ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଚେଷ୍ଟା କରନ୍ତୁ, ଫଳାଫଳରେ କେହି ଭାଙ୍ଗି ପଡନ୍ତୁ ନାହିଁ ଏବଂ ଧୈର୍ଯ୍ୟ ସହିତ ଅପେକ୍ଷା କରନ୍ତୁ ଦିନେ ନା ଦିନେ ନିଶ୍ଚୟ ଉପଯୁକ୍ତ ସ୍ଥାନ ମିଳିବ ବୋଲି ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୧– ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ ,୨– ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

Sunil Chandra Nayak

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା

masiha

Leave a Comment

error: Content is protected !!