ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁପଗାଁ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କୋକସରା,୧୭/୧- କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ପଂଚାୟତରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଉଛି। କୋକସରା ବ୍ଲକ ଫୁପଗାଁ ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣୀ କାର୍ଯ୍ୟକ୍ରମରେ ଫୁପଗାଁ ସରପଞ୍ଚ ଗଜାନନ ପୁଝାରି ସଭାପତିତ୍ୱ କରିଥିବା ବେଳେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ପର୍ଯ୍ୟାୟ କ୍ରମେ ସମାଧାନ କରାଯିବା ନେଇ ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଫୁପଗାଁ ପଞ୍ଚାୟତ ଜନଶୁଣାଣୀ ଶିବିରରେ ବିଭିନ୍ନ ବର୍ଗର ମୋଟ ୭୫୦ ଟି ଅଭିଯୋଗ ଉପରେ ବିଭିନ୍ନ ଵିଭାଗୀୟ ଅଧିକାରୀ ମାନେ ଶୁଣାଣି କରିଛନ୍ତି । କାର୍ଯ୍ୟକ୍ରମକୁ ପିଇଓ ଜାଫେଦ ନାଗ ପରିଚାଳନା କରିଥିବା ବେଳେ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ତେବେ ଜନ ଶୁଣାଣି ଶିବିରରେ ଅନେକ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ ଶରୀର ଫେରିଛି

masiha

ଭାରତୀୟ ଇସ୍ପାତ ମଜଦୁର ମହାସଙ୍ଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ 

Sunil Chandra Nayak

କନ୍ଧମାଳକୁ ଦୁଇ ଦିନିଆ ଗସ୍ତ ରେ ୫-ଟି ସଚିବ: ମା’ବରାଳ ଦେବୀ ମନ୍ଦିର ରୂପାନ୍ତରୀତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ 

Sunil Chandra Nayak

Leave a Comment

error: Content is protected !!