ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଓ ଆମପାଣି ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୭/୦୧// କଳାହାଣ୍ଡି ଆଞ୍ଚଳିକ ପ୍ରାଧିକରଣ ଆନୁକୂଲ୍ୟରେ ୩୪ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ୧୧ ତାରିଖ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି । କୋକସରା ଓ ଆମପାଣି ଥାନା ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କୋକସରା ଓ ଆମପାଣି ଠାରେ ଅନୁଷ୍ଠିତ ହୋଇଯାଇଛି। କୋକସରା ଠାରେ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ନେତୃତ୍ବରେ କୋକସରା ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ଓ ଏନସିସି ଛାତ୍ରଛାତ୍ରୀ ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁଣାକାର ପଣ୍ଡା, ଅଧ୍ୟାପକ ପୁଷ୍ପରାଜ ମେହେର, ସୁବ୍ରତ ବେହେରା, ଅଧ୍ୟାପିକା କନକ ମଞ୍ଜରି ବେହେରା,ଖେଳ ଶିକ୍ଷକ ପ୍ରତାପ ବିଶି ଏ ଏସ ଆଇ ଭରତ ଅହିର ଉପସ୍ଥିତ ରହିଥିବା ବେଳେ ଆମପାଣି ଠାରେ ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ନେତୃତ୍ବରେ ବୁଢ଼ାରଜା ହାଇସ୍କୁଲ ଓ ଏସ ଏସ ଡି ହାଇସ୍କୁଲର ୪୦୦ ଛାତ୍ରଛାତ୍ରୀ ମାନେ ଆମପାଣି ଗ୍ରାମରେ ପରିକ୍ରମା କରି ଲୋକଙ୍କୁ ସଡକ ସୁରକ୍ଷା ସଚେତନତା ପାଇଁ ଏକ ଶୋଭାଯାତ୍ରାରେ ବାହାରି ଥିଲେ। ଲୋକଙ୍କୁ ହେଲମେଟ, ସିଟ ବେଲ୍ଟ ଓ ଟ୍ରାଫିକ ନିୟମ ମାନି ଗାଡି ମୋଟର ଚଳାଇବା ପାଇଁ ସଚେତନତା କରିଛନ୍ତି। କାର୍ଯ୍ୟକ୍ରମରେ ଆମପାଣି ବୁଢ଼ାରଜା ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ଏସଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ ସାହୁ, ଜିତେନ୍ଦ୍ର ପଣ୍ଡା, ଶିକ୍ଷକ ଶିକ୍ଷୟିତ୍ରୀ, ଏସ ଆଇ ରାଜେଶ ପରିଡା ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ 

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସଂମ୍ବାଦିକ ସମ୍ମେଳନୀ , ଏକ ହି ନାରା ଏକ ହି ନାମ ଜୟ ଶ୍ରୀ ରାମ ‘ ରାମ ନବମୀ କମିଟି ‘

Sunil Chandra Nayak

Leave a Comment

error: Content is protected !!