ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଦାମପାହାଡରେ ବହୁ ଚର୍ଚ୍ଚିତ ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

 ମୟୂରଭଞ୍ଜ -୧୭/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ପାଶାଘୁଟୁ ଗ୍ରାମର ୧୨/୧୨/୨୦୨୦ ତାରିଖ ଦିନ ବହୁ ଚର୍ଚ୍ଚିତ ଶିଶୁ ଦଶରଥ ହେମ୍ବ୍ରମ (୮)ଙ୍କ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡ ଶୁଣାଣି କରାଯାଇଛି । ସୂଚନାଯୋଗ୍ୟ ଯେ ବାଶାଘୁଟୁ ଗ୍ରାମର ଶିଶୁ ଦଶରଥ ହେମ୍ବ୍ରମ (୮) ଛେଳି ଚରାଇବାକୁ ଯାଇଥିଲେ ।ଛେଳି ଗୁଡିକ ସେହି ଗ୍ରାମର ଲାଲମୋହନ ତିରିଆ(୪୩)ଙ୍କ ପରିବା ବଗିଚାରେ ବାଇଗଣ, ଭେଣ୍ଡି,ବିଲାତି ପଶି ଖାଉଥିବା ଦେଖି ରାଗରେ ତମ ତମ ହୋଇ ଉଠିଥିଲା ଲାଲ ମୋହନ ।ସେ କ୍ରୋଧ ସମ୍ଭାଳି ନପାରି ବାଉଁଶ ବାଡିରେ ଦଶରଥଙ୍କୁ ଗୋଡ଼ାଇ ମାରିଥିଲା ।ପ୍ରାଣ ବିକଳରେ ଦଶରଥ ଦୌଡ଼ି ପଳାଉଥିବା ସମୟରେ ଲାଲମୋହନ ଏକ ପଥର ଫୋପାଡିଥିଲା ।ଦଶରଥ ମଥାରେ ପଥର ବାଜିବାରୁ ସେ ସେଠାରେ ଗଢି ପଡ଼ିଥିଲା । ଲାଲମୋହନର ରାଗ ସେତିକିରେ ଶାନ୍ତ ହୋଇ ନଥିଲା । ଲାଲମୋହନ ଦଶରଥ ଛାତିରେ ଉପରେ ଚଢ଼ି ଖୁବ୍ ମାରିଥିଲା । ସେଠାରେ ଦଶରଥ ପ୍ରାଣବାୟୁ ଉଡି ଯାଇଥିଲା । ସେଠାରୁ ଭୟରେ ଲାଲମୋହନ ଦଶରଥର ମୃତଦେହକୁ ଘୋଷାରି ଘୋଷାରି ନିକଟସ୍ଥ ଘଞ୍ଚ ବୁଦା ମୂଳେ ଫୋପାଡି ଦେଇଥିଲା ।ଦଶରଥ ମାଆ ହବାନି ହେମ୍ବ୍ରମ ୨ ଦିନ ଧରି ଛୁଆକୁ ନ ପାଇ ବାଦାମାପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୋଲିସ ୧୭/୨୦ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ।ଘଟଣା ଦିନ ଦଶରଥ ସହିତ ତା’ର ସାଙ୍ଗ ଥିଲା ।ସେ ଘଟଣାର ସବୁକିଛି କହିଥିଲା ।ପୋଲିସ ତଦନ୍ତ ଜାରି ରଖି ଶେଷରେ ଚାର୍ଜ ସିଟ୍ ଜାରି କରିଥିଲା ।ଆଜି ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଘଟଣାରେ ୧୦ ଜଣଙ୍କ ସାକ୍ଷୀ ,ପୋଲିସର ତଦନ୍ତ ରିପୋର୍ଟ ଏବଂ ପାରିପାର୍ଶ୍ବିକ ଘଟଣାକୁ ନେଇ ଅଭିଯୁକ୍ତ ଲାଲ ମୋହନ ତିରିଆ (୪୩) ଙ୍କୁ ଆଜୀବନ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ କାରାଦଣ୍ଡ ଶୁଣାଣି କରିଛନ୍ତି ।ସରକାରୀ ଏପିପି ପଙ୍କଜ ଦାସ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା !!

Sunil Chandra Nayak

କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ଲିଫ୍ଲେଟ

Sunil Chandra Nayak

ରାଇଘର ବ୍ଲକ୍ କାଉଡୋଳା ପଞ୍ଚାୟତରେ ବେଧଡକ୍ ଚାଲିଛି ଗଞ୍ଜେଇ ଚାଷ , ପୁଣି ୧୦୦୦୦ ରୁ ଉର୍ଧ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ବିଭାଗ       

masiha

Leave a Comment

error: Content is protected !!