ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

ରାୟଗଡ:- ଓଡିଶା ପତ୍ରକାର ସଂଘ ରାୟଗଡ ଜିଲ୍ଲା ଶାଖା ଆନୁକୂଲ୍ଯରେ ମାଁ ମାଝୀଘରିଆଣୀ ପୂଜା କମିଟି, ଶାଇପ୍ରିୟା ନଗର ଏବଂ ରାୟଗଡ ବନାଞ୍ଚଳ, ରାୟଗଡ ସହଯୋଗରେ ଶାଇପ୍ରିୟା ସ୍ଥିତ ମାଁ ମଝୀଘରିଣୀ ପୂଜା ମଣ୍ଡପ ଚାରିପାଖ ସହ ସେହି ରାସ୍ତର କଢରେ ସଂଘଠନ ପକ୍ଷରୁ ମାଁ ପାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ବନ ମହୋତ୍ସବରେ ଶ୍ରୀ ଅଶୋକ କୁମାର ପ୍ରଧାନ, ଏସିଏଫ୍, ରାୟଗଡ ବନଖଣ୍ଡ ମୁଖ୍ଯ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ଶୁଭାରମ୍ଭ କରିଥିବା ବେଳେ, ବିଶିଷ୍ଠ ଅତିଥି ଭାବେ ଏମ୍ ଚିନ୍ନାରାଓ, ସଭାପତି ମାଁ ମଝୀଘରିଣୀ ପୂଜା କମିଟି, ଶାଇପ୍ରିୟା ନଗର, ସମ୍ମାନିତ ଅତିଥି ରୂପେ କାମେଶ୍ବର ଆଚାରୀ, ବନାଞ୍ଚଳ ଅଧିକାରୀ, ରାୟଗଡ, ଅବିନାଶ ମିଶ୍ର, ଓଡିଶା ପତ୍ରକାର ସଂଘ ରାଜ୍ଯ ସଭାପତି, ଭୁବନେଶ୍ବର, ରାମଦାସ ଲିମା, ରାଜ୍ଯ ସଧାରଣ ସମ୍ପାଦକ, ରାୟଗଡ ସଂଯୋଜନା କରିଥିବା ସହ ବୃକ୍ଷରୋପଣ କରିଥିବା ବେଳେ, ଗୌରୀଶଙ୍କ ପଟ୍ଟନାୟକ, ଗୁରୁପ୍ରସାଦ ସାହୁ, ଶିବ ପ୍ରସାଦ ପାଢୀ, ରଞ୍ଜନ କୁମାର ମହାନ୍ତି, ଦୀପକ କୁମାର ପୃଷ୍ଠୀ ଓ ସଂଘ ସଦସ୍ଯ ଯୋଗଦେଇ ବୃକ୍ଷରୋପଣ କରିଥିବା ବେଳେ ଅଂଚଳର ବହୁ ମାନ୍ଯଗନ୍ଯ ଯୋଗଦେଇ ସଂଖ୍ଯାଧିକ ବୃକ୍ଷରୋପଣ କରିଥିଲେ | ବୃକ୍ଷରୋପଣର ଉଦ୍ଧେଶ ଓ କାର୍ଯ୍ଯକାରିତା ସମ୍ପର୍କରେ ଉପସ୍ଥିତ ଅତିଥି ଗଣ ନିଜନିଜ ବକ୍ତବ୍ଯ ରଖିଥିବା ବେଳେ ବୃକ୍ଷରୋପଣ କରିବା ସହ ତାହାକୁ ଜୀବୀତ ରଖିବାକୁ ରାମଦାସ ଲିମା ପରାମର୍ଶ ଦେଇ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ |

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଳଭଦ୍ର ପୁର ପଞ୍ଚାୟତ କାର୍ଯ୍ୟାଳୟ ରେ ଖୋଲୁନି ତାଲା ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମ ବାସୀ ଓ ମାନବ ଅଧିକାର କର୍ମୀ

Sunil Chandra Nayak

ଗୁଜମାପଦରରୁ ବନବିଭାଗ ଦ୍ୱାରା ଏକ ଅଜଗର ଉଦ୍ଧାର

Sunil Chandra Nayak

ଡୋକରୀଦର ଜଳପ୍ରପାତରେ ଯୁବକ ବୁଡି ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଉଦ୍ଧାର ହେଲା ଶବ

Leave a Comment

error: Content is protected !!