ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗ୍ରାମ ସଂଯୋଗୀକରଣ ଆରମ୍ଭ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗ୍ରାମ ସଂଯୋଗୀକରଣ ଆରମ୍ଭ

ଭବାନୀପାଟଣା – ଓଡ଼ିଶା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ (ସୋଆ) ପକ୍ଷରୁ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ମହାବିଦ୍ୟାଳୟ ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଡକ୍ଟର ବିଦ୍ଵାନ ରଞ୍ଜନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ। କୋଡ଼ିଏ ଜଣ ଛାତ୍ର ଗୋଷ୍ଠୀ( ବି୩) ବାଲିଅନ୍ତା ବ୍ଲକ ପୁରଣ ପ୍ରଧାନ ଗ୍ରାମରେ ପହଞ୍ଚି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏକ ମାସ ବ୍ୟାପୀ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ଅନେକ ପ୍ରଶିକ୍ଷଣ ଓ କୃଷି ଭିତ୍ତିକ ସର୍ଭେକ୍ଷଣ କରାଯିବ ବୋଲି ଛାତ୍ର ମାନେ ଗ୍ରାମବାସୀ ଙ୍କୁ ସୂଚନା ଦେଇଛନ୍ତି। ଡକ୍ଟର ବିଦ୍ଵାନ ରଞ୍ଜନ ସାହୁ ଅତି ସୁନ୍ଦର ଭାବରେ ଛାତ୍ର ମାନଙ୍କୁ ଗାଇଡ୍ କରୁଥିବା ଜଣାପଡ଼ିଛି।

ଅର୍ଜୁନ ପଟ୍ଟନାୟକ , ସହ ସମ୍ପାଦକ

Related posts

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ସଦର ମହକୁମା ଠାରେ ବକ୍ରା ଇଦ୍ଦ ପାଳିତ 

Sunil Chandra Nayak

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ହେଉଛନ୍ତି ବିଦ୍ୟୁତ କର୍ମଚାରୀ , ସମସ୍ୟାର ସମାଧାନ ନେଇ ଜଣାଇଲେ ୧୧ଦଫା ଦାବି , ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ

Leave a Comment

error: Content is protected !!