ଲାଞ୍ଜିଗଡ଼,୧୦/୦୪(ମନିସ)-ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ଗ୍ରାମପଞ୍ଚାୟତ ଗସ୍ତ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ସାଂସଦ ଶ୍ରୀ କୁମାର ଆଜି ଭଟାଙ୍ଗପଦର ଗସ୍ତରେ ଆସିବା ସହିତ ଭଟାଙ୍ଗପଦରଠାରେ ନବନିର୍ମିତ ମାର୍କେଟ୍ କମ୍ପେ୍ଲକ୍ସ, ଖିନଖୋଲାଠାରେ ନବନିର୍ମିତ ଗୋଷ୍ଠୀଗୃହର ଉଦ୍ଘାଟନ କରିଥିଲେ । ସେହିପରି ଭଟାଙ୍ଗପଦର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ଏହାସହିତ ସାଂସଦ ଭଟାଙ୍ଗପଦର ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସେଗୁଡିକର ନିରାକରଣ ଦିଗରେ ଆଲୋଚନା କରିଥିଲେ । ଆଜି ସାଂସଦଙ୍କ ଗସ୍ତ ସମୟରେ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସାଂସଦଙ୍କ ସହିତ ଜି-୨୦ର ପ୍ରତିନିଧି, ଜିଲ୍ଲାସ୍ତରୀୟ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଭଟାଙ୍ଗପଦର ସମିତିସଦସ୍ୟ ତଥା ଯୁବନେତା ରୂପେନ୍ଦ୍ର ଛତ୍ରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।