ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୭୩ ଟି ରୂପାନ୍ତରିତ ହାଇସ୍କୁଲକୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଡୁମେରବାହାଲ ସ୍ଥିତ ଧନୁର୍ଜୟ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସଭାରେ ଧର୍ମଗଡ ବିଧାୟକ ଶ୍ରୀ ମୌଶଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂଦେଓ,ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଶିବାଜି ମାଝୀ ,ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପ୍ରମୁଖ ମଞ୍ଚାସିନ ଥିଲେ।ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ସରକାର ୫ ଟି ଯୋଜନା ମାଧ୍ୟମରେ ବିଭିନ୍ନ ସ୍କୁଲକୁ ରୂପାନ୍ତରିତ କରୁଛନ୍ତି। ଏଥିସହ ଡିଜିଟାଲ କ୍ଳାସ ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏନେଇ ଭବାନୀପାଟଣା ବ୍ଲକ ର ୪ ଟି ସ୍କୁଲ, ଧର୍ମଗଡ଼ ବ୍ଳକର ୫ ଟି ସ୍କୁଲ , ଗୋଲାମୁଣ୍ଡା ବ୍ଲକର 7 ଟି ସ୍କୁଲ, ଜୟପାଟଣା ବ୍ଲକର ୭ ଟି ସ୍କୁଲ, ଜୁନାଗଡ଼ ବ୍ଲକର ୧୧ ଟି ସ୍କୁଲ , କଲମପୁର ବ୍ଲକ ର 3 ଟି ସ୍କୁଲ, କର୍ଲାମୁଣ୍ଡା ବ୍ଲକର ୨ ଟି ସ୍କୁଲ, କେସିଙ୍ଗା ବ୍ଲକର ୮ ଟି ସ୍କୁଲ, କୋକସରା ବ୍ଲକର ୫ ଟି ସ୍କୁଲ, ଲାଞ୍ଜିଗଡ଼ ବ୍ଳକର ୬ଟି ସ୍କୁଲ, ମଦନପୁର ରାମପୁର ବ୍ଲକର ୪ ଟି ସ୍କୁଲ , ନର୍ଲା ବ୍ଳକର ୬ ଟି ସ୍କୁଲ ଓ ଥୁଆମୂଳ ରାମପୁର ଭଳି ଉପାନ୍ତ ଇଲାକାରେ ୫ ଟି ସ୍କୁଲର ରୂପାନ୍ତିକରଣ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଇବା ଉଲ୍ଲେଖ ସହ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ରେ ୫ଟି ନୀତି କୁ ଗ୍ରହଣ,ସବୁ କ୍ଷେତ୍ର ରେ ସାଧୁତା,ସମୟରେ ଠିକ୍ ଉପଯୋଗ ଉପରେ ପରାମର୍ଶ ଦେଇଥିଲେ।ଲୋକାର୍ପଣ ଅବସର ରେ ୫ ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକିଏନ ପାଣ୍ଡିଆନ ଧନୁର୍ଜୟ ସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଆଶା ମାଝୀ ଙ୍କ ସହ ଆଲୋଚନା କରି ନିଜ ଭବିଷ୍ୟତ କୁ କିଭଳି ଗଢି ତୋଳିବେ ତାହା ପଚାରି ବୁଝିବା ସହ ରୂପାନ୍ତରିତ ହୋଇଥିବା ସ୍କୁଲ କୁ ନେଇ ପ୍ରତିକ୍ରିୟା ପଚାରି ବୁଝିଥିଲେ। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ବରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାରେ ୩ ୟ ପର୍ଯ୍ୟାୟ ସୁଦ୍ଧା ୨୪୪ ଟି ରୂପାନ୍ତରଣ କାର୍ଯ୍ୟ ସମାପ୍ତ ପରେ ଆଜି ୭୩ ଟି ହାଇସ୍କୁଲ୍ ରୂପାନ୍ତରଣ ହେବ ବୋଲି କହିଥିଲେ। ଜୁନାଗଡ ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ୫ ଟି ଅଧ୍ୟକ୍ଷ ଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି କଳାହାଣ୍ଡି ଜିଲ୍ଲାରେ ରୂପାନ୍ତରଣ କାର୍ଯ୍ୟ ଅତ୍ୟନ୍ତ ଉଚ୍ଚମାନର ଓ ସନ୍ତୋଷଜନକ ହେବା ସହ ସରକାରୀ ସ୍କୁଲ୍ ର ଛାତ୍ର ହକି,ବିଜ୍ଞାନ ପ୍ରଦର୍ଶନୀରେ ପାରଦର୍ଶିତା ହାସଲ କଲେଣି ବୋଲି କହିଥିଲେ।ସଭାରେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଛାତ୍ର, ଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

masiha

ନ୍ୟୁ ଇଣ୍ଡିଆ ଦ୍ବାରା ଜୀବିକା ଓ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ

Sunil Chandra Nayak

DRM INSPECTS MULTI-DISCIPLINARY TRAINING CENTRE AT VISAKHAPATNAM

Sunil Chandra Nayak

Leave a Comment

error: Content is protected !!