ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନା ଫଳକରେ ନବ ନିର୍ମାଣ କୋଠା , ନିମ୍ନ ମାନର ସାମଗ୍ରୀ ବ୍ୟବହାର ଯୋଗୁଁ ସ୍ଥାଇତ୍ୱ କୁ ନେଇ ପ୍ରଶ୍ନବାଚୀ ?

ବିନା ସୂଚନା ଫଳକରେ ନବ ନିର୍ମାଣ କୋଠା 

ନିମ୍ନ ମାନର ସାମଗ୍ରୀ ବ୍ୟବହାର ଯୋଗୁଁ ସ୍ଥାଇତ୍ୱ କୁ ନେଇ ପ୍ରଶ୍ନବାଚୀ ?

ନର୍ଲା /ମସିହା/29/03/24 //ନର୍ଲା ଚପଟଖଣ୍ଡା ଠାରେ ନିର୍ମାଣଧୀନ +୩ ମହା ବିଦ୍ୟାଳୟ ର କୋଠା ଇତି ମଧ୍ୟରେ ଆରମ ହୋଇଯାଇଛି |ବିନା ସୂଚନା ଫଳକରେ ନିର୍ମାଣ ହେଉଥିବା କୋଠାରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି|ଏହି କୋଠାରେ ବ୍ୟବହାର ହେଉଥିବା ଇଟା ଅତି ନିମ୍ନ ମାନର ହୋଇଥିବା ବେଳେ ୫୩ ଗ୍ରେଡ୍‌ ର ସିମେଣ୍ଟ ଅଲ୍‌ଟ୍ରାଟେକ୍‌ ବଦଳରେ ଅତି ଶସ୍ତା ସିମେଣ୍ଟ ବ୍ୟବହାର କରୁଥିବା ଜଣା ପଡ଼ିଛି, ପୁଣି ଟାଟା ରଡ଼୍‌ ଲାଗିବା ବଦଳରେ ନିମ୍ନ ମାନ ସହ ଅତି ଶସ୍ତା ରଡ଼୍‌ ବ୍ୟବହାର କରା ଯାଇଛି |ଆଜକୁ ପ୍ରାୟ ଦୁଇମାସ ହେବ କାମ ବନ୍ଦ ଥିବା ବେଳେ ଭଲ ଭାବରେ ପାଣି ସିଞ୍ଚନ ହେଉ ନଥିବାରୁ ପ୍ଲିନ୍‌ଟର୍‌ ଗୁଡ଼ିକ ଫାଟି ଯାଉଥିବା ନଜର କୁ ଆସିଛି,ହାରାହାରି ଦୁଇ କୋଟି ଟଙ୍କାର କାର୍ଯ୍ୟ ହେଉଥିବା ବେଳେ ଅନ୍ତତ ପକ୍ଷେ ବୋର୍‌ ୱେଲ୍‌ ଗୋଟିଏ ନିହାତି ଆବଶ୍ୟକ ଥିବା ବେଳେ ବାହାରୁ ପାଣି ଆଣି ଜଳ ସିଞ୍ଚନ ହେଉଥିବାରୁ ନବ ନିର୍ମାଣ କୋଠା ର ସ୍ଥାଇତ୍ୱ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି |ନାମକୁ ମାତ୍ର ସୂଚନା ଫଳକ ଥିବାବେଳେ ସୂଚନା ଫଳକରେ କି ପ୍ରକାର କାର୍ଯ୍ୟ,କାର୍ଯ୍ୟ ର ନାମ,ଦାୟିତ୍ତ୍ୱ ନେଇଥିବା ଠିକାଦାର ନାମ,ସଂସ୍ଥା ର ନାମ,ଆରମ୍ଭ,ଶେଷ ସମୟ ସୀମା ସୂଚନା,ଅଟକଳ ପରିମାଣ କେତେ ତାହା ବୋର୍ଡ ରେ ଦର୍ଶାଇ ନଥିବା ବେଶ୍‌ ଜନ ସାଧାରଣ ଙ୍କୁ ଆଶ୍ଚର୍ଯ କରି ଦେଇଛି |ପ୍ରକାଶ ଥାଉକି ଯେ କିଛି ଦିନ ପୂର୍ବରୁ କାର୍ଯ୍ୟ ବନ୍ଦ ଥିବାରୁ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ପରିଦର୍ଶନ ପାଇଁ ଯାଇଥିଲେ ହେଲେ କାମ ବନ୍ଦ ଥିବା ଦେଖି ଶୀଘ୍ର କାମ ଆରମ୍ଭ କରିବା ପାଇଁ ତାଗିଦ୍‌ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାମ ଚାଲୁ ନଥିବା ଦେଖିବାକୁ ମିଳିଛି | ଏଠି ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଚାଲୁ ଥିବାରୁ ଦୁଇମାସ ହେଲା କାମ ବନ୍ଦ ଥିବା ଠିକାଦାର ଙ୍କ ଜଗୁଆଳୀ ପ୍ରକାଶ କରିଛନ୍ତି | ନିମ୍ନ ମାନର ଇଟା,ସିମେଣ,ରଡ଼୍‌ ବ୍ୟବହାର ସହ ସିମେଣ୍ଟ କାମ ହୋଇଥିବା ପ୍ଲିନ୍‌ଥ ମାନଙ୍କୁ ଭଲ ଭାବରେ ପାଣି ଦିଆ ଯାଉ ନଥିବାରୁ ନବ ନିର୍ମାଣ କୋଠା ର ସ୍ଥାଇତ୍ୱ କୁ ନେଇ ଚର୍ଚ୍ଚା ହେଉଛି |

ଦୀପକ ଠାକୁର, ନର୍ଲା

Related posts

ଜାତୀୟ ପୋଷ୍ଟଲ ସପ୍ତାହ ପରିପ୍ରେକ୍ଷୀରେ ରାଇରଙ୍ଗପୁର ପୋଷ୍ଟ ଅଫିସ ରେ ଗ୍ରାହକ ସଚେତନତା ଵୈଠକ

Sunil Chandra Nayak

ନବରଙ୍ଗପୁର ଠାରେ ଉଦ୍ୟମୀ ଓଡ଼ିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!