ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଳାହାଣ୍ଡି କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ଦଳ ଘୋଷଣା

କଳାହାଣ୍ଡି କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ଦଳ ଘୋଷଣା

ନବରଙ୍ଗପୁର: (୩୦|୩)(ରବି ନାରାୟଣ ମହାନ୍ତି)ଓଡ଼ିଶା କ୍ରିକେଟ ସଂଘ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେଉଥିବା କଳାହାଣ୍ଡି କ୍ରିକେଟ୍ କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ , ସହ ସମ୍ପାଦକ ଏମ.ବାଲା କ୍ରୀଷ୍ଣା ରାଓ ଙ୍କ ଉପସ୍ଥିତିରେ ଏକ ପନ୍ଦର ଜଣିଆ ଦଳ ଘୋଷଣା କରିଛନ୍ତି। ଏହି ସୂଚୀରେ ଦଳର ଅଧିନାୟକ ଭାବରେ ଅଂଶୁମାନ ତ୍ରିପାଠୀଙ୍କୁ ସୁଯୋଗ ମିଳିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ମାଝୀ, ଦିଗାମ୍ବର ପୂଜାରୀ,ତାନବିର ବେଗ, ସେଖ ରିଆଜ, ଦିଲୀପ ବିଷୋୟୀ, ଏନ୍. ବିଜୟ, ଜି . ଆର୍ଯ୍ୟାନ୍, ଦୀନେଶ ଶ୍ରୀବାସ୍ତବ, ସୁକେଶ ହୀରା, ତାଲିବ ଖାନ, ସୁଦୀପ ଢ଼ାଲି, ସୌରଭ ଅଧିକାରୀ, ରାକେଶ କେଉଟ, ଆକାଶ କାଶ୍ୟପ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି। ଦଳର ସଫଳତା ନିମନ୍ତେ ଜିଲ୍ଲାର କ୍ରୀଡ଼ା ପ୍ରେମୀ ସମେତ ଜିଲ୍ଲା କ୍ରିକେଟ ସଂଘର ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ଉପ ସଭାପତି ଶୁଭେନ୍ଦୁ ନାଥ ବେହେରା ପ୍ରମୁଖ ଶୁଭେଛା ଜଣାଇଛନ୍ତି। କଳାହାଣ୍ଡି କପ ନିମନ୍ତେ ବିଭିନ୍ନ ଗ୍ରୁପ କରାଯାଇଛି। ଏଥିରେ ନବରଙ୍ଗପୁର ଦଳ ସିଲ୍ଭର୍ ଏ ଦଳରେ ସ୍ଥାନିତ ହୋଇଛି । ନିଜର ପ୍ରଥମ ମ୍ୟାଚ ଏପ୍ରିଲ ଏକ ତାରିଖରେ ନୂଆପଡ଼ା ସହ ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ଦିନ ମାନଙ୍କରେ ଅନ୍ୟ ଦଳ ଭାବରେ ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ଗଜପତି ଏବଂ ମାଲକାନଗିରି ସହ ନବରଙ୍ଗପୁର ଦଳର ମୁକାବିଲା ହେବ ବୋଲି ସୂଚନା ମିଳିଥିବା ବେଳେ କ୍ରିକେଟ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଶଶାଙ୍କ ଶେଖର ବେହେରା ମ୍ୟାନେଜର ଭାବରେ ଏବଂ ଦଳର କୋଚ୍ ଭାବରେ ପିଚ୍ କ୍ୟୁରେଟର ତଥା ବରିଷ୍ଟ କ୍ରୀଡାବିତ ଅଶୋକ ନାୟକ ଦଳ ସହ କଟକ ଗସ୍ତ କରିବେ ବୋଲି ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ମା ବସ୍ତରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ

Sunil Chandra Nayak

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

masiha

ଭାରତୀୟ ଯୁବ ହଷ୍ଟେଲସ ର ମୁକ୍ତ ସନ୍ତରଣ ପ୍ରତିଯୋଗିତା

Leave a Comment

error: Content is protected !!