ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ବଲାଙ୍ଗୀର କୁ ହରାଇ ଭବାନୀପାଟଣା ବିଜୟୀ
ଜୁନାଗଡ ୨୪/୧୨(ମ ନି ସ): କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଚାଲିଥିବା ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅଷ୍ଟମ ଦିନ ବଲାଙ୍ଗିର ବନାମ ଭବାନୀପାଟଣା ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଦଳ ପ୍ରଥମେ ଟସ୍ ଜିତି ଫିଲିଡ଼ିଂ କରିବାର ନିଷ୍ପତ୍ତି ନେଇଥିଲେ । ଭବାନୀପାଟଣା ଦଳ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ରେ ୨୨୭/୯ ରନ୍ କରିଥିଲେ । ଏହାର ଜବାବ ରେ ବଲାଙ୍ଗିର ୨୬.୪ ଓଭରରେ ରେ ସମସ୍ତ ୱିକେଟ ହରାଇ ୧୬୧ ରନ୍ ସଂଗ୍ରହ କରି ଥିଲା।ଫଳରେ ୬୬ ରନ ରେଭବାନୀପାଟଣା ବିଜୟୀ ହେବା ସହ କ୍ୱାଟର ଫାଇନାଲ କୁ ଉନ୍ନୀତ ହୋଇଛି। ଭବାନୀପାଟଣା ଦଳ ର ମୋନଜ ସିଂ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୭୦ ରନ ଓ ୩ ୱିକେଟ ନେଇ ମେନଅଫଦିମ୍ୟାଚ ହେଇଥିଲେ। ମ୍ୟାଚରେ ଅମ୍ପାୟାର ଭାବେ ସତୀଶ ପ୍ରଧାନ, ଓ ନୀତିଶ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ପରମେଶ୍ବର ପୋଢ଼ ଓ ମୁନୁ ବେହେର, ନୀତିଶ ମହାପାତ୍ର, ଜାବିଦ ଖାନ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ଥାନା ଅଧିକାରୀ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ କାହ୍ନୁ ଚରଣ ବୈଠାରୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ନ୍ୟୁରେଡ଼ଷ୍ଟାର ସ୍ପୋର୍ଟସ କ୍ଲବର ସଭାପତି ହିମାଂଶୁ ଶେଖର ବରାଡ, ଉପସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତାକାଲି ସମ୍ବଲପୁର ବନାମ ଭାବାନୀପାଟଣା ମଧ୍ୟରେ ପରବର୍ତ୍ତୀ ମ୍ୟାଚ ଅନୁଷ୍ଠିତ ହେବ ।