ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କାର୍ମେଲ ସ୍କୁଲର ଆଞ୍ଚଳିକ ଦ୍ବିଦିବସୀୟ କ୍ରିଡା ପ୍ରତିଯୋଗିତା ଆରମ୍ଭ 

କାର୍ମେଲ ସ୍କୁଲର ଆଞ୍ଚଳିକ ଦ୍ବିଦିବସୀୟ କ୍ରିଡା ପ୍ରତିଯୋଗିତା ଆରମ୍ଭ 

ରାଉରକେଲା: କାର୍ମେଲ ସ୍କୁଲ,ଜଲଦା ପ୍ରାୟୋଜିତ ସିଆଇଏସସିଇ ଦ୍ବାରା ପରିଚାଳିତ ଦ୍ବିଦିବସୀୟ ଆଞ୍ଚଳିକ କ୍ରୀଡା ପ୍ରତିଯୋଗିତା ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଠାରେ ଆରମ୍ଭ ହୋଇଛି। ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ଏସି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡା ପ୍ରତିଯୋଗିତାରେ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ସହ ମଶାଲ ର ଅଗ୍ନି ସଂଯୋଗ କରି କ୍ରୀଡାର ଶୁଭାରମ୍ଭ କରିଥିଲେ। ମୁଖ୍ୟଅତିଥି ପ୍ରଫେସର ରାଓ ଏହି ଅବସରରେ ପ୍ରତିଯୋଗୀଙ୍କୁ କହିଲେ ଯେ ଖେଳ ମାଧ୍ୟମରେ ଐକ୍ୟବଦ୍ଧତା, ଭାଇଚାରା ସୃଷ୍ଟି ସହ ଶାରିରୀକ ଓ ମାନସିକ ଶକ୍ତି ବୃଦ୍ଧି ଘଟିଥାଏ। ହାରିବା ଜିତିବା ବଡ଼କଥା ନୁହେଁ,ହାରିଲେ ତା’ର କାରଣ ଖୋଜି ଆଗକୁ ବଢ଼ିବା ହେଉଛି ଖେଳାଳି ଙ୍କ ଲକ୍ଷ୍ୟ ହେବା ଦରକାର। ଏଥିପାଇଁ ସେ ନିକଟରେ ଶେଷ ହୋଇଥିବା ଭାରତ ଇଂଲଣ୍ଡ କ୍ରିକେଟ ମ୍ୟାଚ୍ ର ଉଦାହରଣ ଦେଇଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ଏସି ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରି ସ୍କୁଲର କ୍ରୀଡା ପ୍ରତି ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ୫ଟି ଜୋନ୍ ଝାରସୁଗୁଡ଼ା, ବାଲେଶ୍ଵର, ବଲାଙ୍ଗୀର, ରାୟଗଡ଼ା ଓ ରାଉରକେଲାର ପ୍ରାୟ ୩୮୫ ଜଣ ପ୍ରତିଯୋଗୀ ୧୦୦,୨୦୦, ୪୦୦,୮୦୦,୧୫୦୦,୩୦୦୦ ମିଟର ଦୈ।ଡ଼ ପ୍ରତିଯୋଗିତା,୩ କିମି ଓ ୫ କିମି ଚାଲିବା ପ୍ରତିଯୋଗିତା,୪୦୦ ମି ରିଲେ ରେସ,ଲଙ୍ଗଜମ୍ପ,ହାଇଜମ୍ପ, ଟ୍ରିପଲ୍ ଜମ୍ପ, ସଟଫୁଟ୍,ଡିସକସ୍,ଜାଭେଲିନ୍,୪୦୦ ର ୪ ଗୁଣା ରିଲେ ରେସରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍କୁଲର ଉପାଧ୍ୟକ୍ଷା ସିଷ୍ଟର ଆପୋଲୋନିକା ଏସି, ଫାଦର ସମୀର ତିର୍କି,ଫାଦର ବିନିତ, ବ୍ରଦର ବିମଲ ଟପ୍ପୋ, ସିଷ୍ଟର ପ୍ରିସିଲା, ସିଷ୍ଟର ବିନୟ ପ୍ରମୁଖ ଉପସ୍ଥିତ ଥିଲାବେଳେ ଜିତେନ୍ଦ୍ର ଦାସ, ଶୁଭଶ୍ରୀ ମହାନ୍ତି, ରେଣୁବାଳା ନାୟକ, ଶକୁନ୍ତଳା ଉପାଧ୍ୟାୟ, କୋଚ୍ ଶିବ ମିଶ୍ର, ଜନ୍ମେଜୟ ମହନ୍ତ ଓ ଅନ୍ୟମାନେ ଏହି କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ । ସେଲିନା ପୁଷ୍ପା ଲାକ୍ରା ଓ ଖୁସୁବୁ କର ମଞ୍ଚ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିଦିବସୀୟ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ 

masiha

ଦଶମ ଦିନରେ ଫୁଟବଲ ମହାକୁମ୍ଭ ,ଘାଟମାଲ,ଭୋଜପୁର ବିଜୟୀ 

masiha

Leave a Comment

error: Content is protected !!