ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା 

ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା 

ଡାବୁଗାଁ, ୧୨/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଡାବୁଗାଁ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗରେ ୧୦୦, ୨୦୦, ୪୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟ ଫୁଟ, ଡିସକସ ଥ୍ରୋ ଖେଳାଯାଇ ୧ମ, ୨ୟ ଓ ୩ ୟ ହୋଇଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ୧୭ ବର୍ଷରୁ କମ ଖୋଖୋ, ଭଲି ବଲ, ହ୍ୟାଣ୍ଡ ବଲ, ଫୁଟବଲ ଓ କ୍ରିକେଟ ପ୍ରତିଯୋଗୀତାରେ ଖେଳାଳି ଚୟନ କରଯାଇଥିଲା | ଏହି ଚୟନ ହୋଇଥିବା ଖେଳାଳି ମାନଙ୍କୁ ନେଇ ଦଳ ଗଠନ ହୋଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନୌଜ କୁମାର ମହାପାତ୍ରଙ୍କ ତତ୍ଵାବଧାନରେ ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ତ୍ରିନାଥ ବାରିକ, ପୁରୋହିତ ବାଗ, ସୁକାନ୍ତି ସାହୁ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ ମେହେରା, ଶେଖର ଚନ୍ଦ୍ର ସାହୁ, ଖୁଲେଶ୍ଵର ମାଝି ଓ ଶିକ୍ଷୟତ୍ରୀ ଇତିଶ୍ରୀ ବର୍ଷାରାଣୀ ରାଉତ ପ୍ରମୁଖ ସହଯୋଗ କରିଥିଲେ | ଏହାସହ ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଜୁନାପାଣି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଶବାଳା ଜେନା, ଡାବୁଗାଁ ଓ ଜୁନାପାଣି କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉତରାପୁର ପ୍ରିମିୟର୍ ଲିଗ୍ (ଆରପିଏଲ୍) ଉଜ୍ଜାପିତ 

masiha

ଅନିଲ ସିଂହ ମେମୋରିଆଲ T-20 କ୍ରିକେଟ ଟୁର୍ଣ୍ଣlମେଣ୍ଟ – ଜେକେ ପୁର

masiha

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା 

masiha

Leave a Comment

error: Content is protected !!