ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

କୋକସରା,୨୩/୧୨ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ମୂଖ୍ୟ କାର୍ଯ୍ୟାଳୟ ମହିମା ଠାରେ କମିଟିର ସଭାପତି ଭଦେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କର୍ମକର୍ତ୍ତା ଚୟନ ପ୍ରକ୍ରିୟାରେ ସର୍ଵ ସମ୍ମତି କ୍ରମେ ପୁଣିଥରେ ଭଦେଶ୍ୱର ପାତ୍ରଙ୍କୁ ସଭାପତି, କାର୍ଯ୍ୟକାରୀ ସଭାପତି ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଉପ ସଭାପତି ଘନଶ୍ୟାମ ନାଏକ, ବିରଞ୍ଚି ନାରାୟଣ ପଣ୍ଡା, ଜିତେନ୍ଦ୍ର ପ୍ରଧାନୀ, ସାଧାରଣ ସମ୍ପାଦକ ସୁଧୀର କୁମାର ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଅଜିତ ପଟ୍ଟନାୟକ, ସହ ସମ୍ପାଦକ ନିଳାମ୍ବର ନାଏକ, ମଧୁବନ ପାତ୍ର, ତ୍ରିଲୋଚନ ଧ. ମାଝୀ, କୋଷାଧ୍ୟକ୍ଷ ଭାବେ ସୁରେଶ ଅଗ୍ରୱାଲ, ଆଦିତ୍ୟ ପଣ୍ଡା ଓ ପରିଚାଳନା କମିଟିର ସଦସ୍ୟ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଐରି ନାସନ ଚିନ୍ଦା, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ମହିମା ସରପଞ୍ଚ ଇଶରାମ କୋଲଥିଆ, ଦୁଷ୍ମନ୍ତ ପାଟ୍ଟଯୋଷୀ ଓ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଗୋବିନ୍ଦ ପାଟଯୋଶୀ, ଚକାଡୋଳା ପାତ୍ର ଓ ଯତୀନ ମାଝୀଙ୍କୁ ମନୋନୀତ କରାଯାଇଛି। ଏହି କମିଟି ଦ୍ୱାରା ଆସନ୍ତା ଦିନରେ ଉନ୍ନୟନ ସମିତି ପରିଚାଳିତ ହେବା ନେଇ ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଶ୍ଵ ନାଟ୍ୟ ଦିବସ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

ଫଲସlମାଳ ରେ ଆଦିବାସୀ ସମାବେଶ 

masiha

Leave a Comment

error: Content is protected !!