ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ କାର୍ଯ୍ୟକ୍ରମ

ଡାବୁଗାଁ, ୩୦/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପୋଲିଂ ଅଧିକାରୀ ମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନିର୍ବାଚନ ସମୟରେ ଇଭିଏମ ମେସିନ ପରିଚାଳନା ଓ ନିର୍ବାଚନୀ ସମ୍ବନ୍ଧୀୟ କାଜଗପତ୍ର କାର୍ଯ୍ୟ ପରିଚାଳନା ଉପରେ ତାଲିମ ଦିଆଯାଇଥିଲା | ଏଥିରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକରୁ ମୋଟ ୨୩୧ ଜଣ ପୋଲିଂ ଅଧିକାରୀ ତାଲିମ ନେଇଥିଲେ | ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରିଜାଇଡିଂ, ୧ମ ପୋଲିଂ, ୨ୟ ପୋଲିଂ, ୩ୟ ପୋଲିଂ, ୪ର୍ଥ ପୋଲିଂ ଓ ୫ ମ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, କୋଷାଗୁମୁଡା ବିଡିଓ ଆଶିଷ ରଞ୍ଜନ ତ୍ରିପାଠୀ, କୋଡିଗାଁ ତହସିଲଦାର ସୁବ୍ରତ ବେହେରା, ପାପଡାହାଣ୍ଡି ବିଡିଓ କପିଳଦେବ ସାହୁ, ତହସିଲଦାର ତପନ ନାୟକ, ଡାବୁଗାଁ ବ୍ଲକ ସହକାରୀ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡଳ, କୋଡିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅଖିଳ କୁମାର ଭଟ୍ଟ, ଅଧ୍ୟାପକ ପଞ୍ଚାନନ ତୁରୀ, ରବିନାରାୟଣ ପାଣିଗ୍ରାହୀ, ମଇଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ବାଳକୃଷ୍ଣ ବିଶୋଇ ପ୍ରମୁଖ ତାଲିମ ଦେଇଥିଲେ | ଡାବୁଗାଁ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳୀ ପରିଚାଳନା କରିଥିବା ବେଳେ ବ୍ଲକ ର କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

Cuttack Sadar 42 Mouza cultural festival held.

masiha

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମିନି ବିଜ୍ଞାନ କେନ୍ଦ୍ରର ଶୁଭ ଉଦ୍ ଘାଟନ 

Sunil Chandra Nayak

ରୁପ୍ରାଠାରେ ଡମ୍ୱ ସମାଜ ପକ୍ଷରୁ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!