ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଓକିଲ ସଂଘ ର ନିର୍ବାଚନ 

ନର୍ଲା ଓକିଲ ସଂଘ ର ନିର୍ବାଚନ 

ନର୍ଲା : (ମସୀହା)ତା୨୯. ୦୩. ୨୦୨୪ ରିଖ ଦିନ ଓଡ଼ିଶା ଆଇନ୍‌ଜିବୀ ପରିଷଦର ନିର୍ଦ୍ଦେଶ ଅନୁସାରେ କଳାହାଣ୍ଡି ଜିଲ୍ଲା ନର୍ଲା ଓକିଲ ସଂଘ ର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ଯାଇଛି |ନିର୍ବାଚନ ରେ ନର୍ଲା ଓକିଲ ସଂଘ ର ସଭାପତି ଭାବେ ବରିଷ୍ଠ ଆଇନ୍‌ଜିବୀ ଶ୍ରୀଯୁକ୍ତ ଚଦ୍ରଶେଖର ଚାନ୍ଦ,ସଂପାଦକ ଭାବେ ବରିଷ୍ଠ ଆଇନ୍‌ଜିବୀ ଶ୍ରୀଯୁକ୍ତ ଡୋଲେଶ୍ୱର ସାହୁ,ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି |ସେହିପରି ଉପ ସଭାପତି ଭାବେ କୁବେରଚନ୍ଦ୍ର ସାହୁ,ସହ ସଂପାଦକ ଭାବେ ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ,କୋଷାଧ୍ୟକ୍ଷ ଭାବେ ବିଭୁତିଭୂଷଣ ବହିଦାର ଓ ଲାଇବ୍ରେରିଆନ୍‌ ଭାବେ ପ୍ରଦୀପ୍ତ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି |ନର୍ଲା ଓକିଲ ସଂଘ ର ଆଇନ୍‌ଜିବୀ ଶ୍ରୀ ଯୁବରାଜ ହରିଜନ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ତ୍ୱ ରେ ରହିବା ସହ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇ ଥିଲେ |ଉକ୍ତ ଶପଥ ପାଠ ଉତ୍ସବ ରେ ଆଇନ୍‌ଜିବୀ ପ୍ରକାଶ ଚନ୍ଦ୍ର ସାହୁ,ବିଶ୍ବ ରଞ୍ଜନ ଭୋଇ,ପୂର୍ଣଚନ୍ଦ୍ର ମାଝୀ,ମଳୟ ପଣ୍ଡା,ସଞ୍ଜୟ କୁମାର ସାମନ୍ତ ରାଏ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

ଦୀପକ ଠାକୁରଙ୍କ ରିପୋର୍ଟ

Related posts

ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ

masiha

ରାଉରକେଲା ଖବରକାଗଜ ବିକ୍ରେତା ସଙ୍ଘ ଦ୍ୱାରା ଗଣେଷ ପୂଜା ଆୟୋଜିତ

Sunil Chandra Nayak

ଧର୍ମଗଡ ସ୍ଵଧାର ଗୃହ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଗାନ୍ଧୀ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!