ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ଗୋପବନ୍ଧୁ ପାଠାଗାର ର ମିଳିତ ଆନୁକୂଲ୍ୟରେ ଏକ ସ୍ମାର୍ଟ ୱାଟର ଷ୍ଟେସନ ପାଠାଗାର ସମ୍ମୁଖରେ ଉଦ୍ଘାଟିତ ହୋଇଯାଇଛି। ବିଶ୍ବ ମାତୃ ଦିବସ ଉପଲକ୍ଷେ ଭାଇବ୍ରାଣ୍ଟ ର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଙ୍କ ସଭାପତିତ୍ବ, ପ୍ରାକ୍ତନ ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକଙ୍କ ମଞ୍ଚ ସଂଯୋଜନା ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ତନ୍ତୀ ଙ୍କ ଆବାହକତ୍ବ ରେ ପାଠାଗାର ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରେ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୧ ର ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଅଖିଲ କୁମାର ମିଶ୍ର, ପ୍ରାକ୍ତନ ଜିଲ୍ଲା ଗଭର୍ଣ୍ଣର ମଞ୍ଜିତ ସିଂ ଆରୋରା,ରୋଟାରିଆନ ଏଡିଜି ଅର୍ଚ୍ଚନା ମହାନ୍ତି, ଗୋପବନ୍ଧୁ ପାଠାଗାର ର ଗିରିଜା ଶଙ୍କର ଗୋସ୍ବାମୀ ଓ ସମ୍ପାଦକ ହରିହର ଶତପଥୀ ପ୍ରମୁଖ ଯୋଗଦେଇ ଭାଇବ୍ରାଣ୍ଟ ର ସାମାଜିକ ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ପାତ୍ରଙ୍କ ପୁତ୍ର ରୋଟ୍ରାକ୍ ମଧ୍ୟମ ପାତ୍ର ତାଙ୍କ ସ୍ବର୍ଗତ ମାତା ଗଙ୍ଗୋତ୍ରୀ ପଟ୍ଟନାୟକ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଥଚାରୀ ଙ୍କ ପାଇଁ ଏକ ପାନୀୟଜଳ ମେସିନ ( ସ୍ମାର୍ଟ ୱାଟର ଷ୍ଟେସନ) କୁ ସମସ୍ତ ଅତିଥି ଲୋକାର୍ପିତ କରିଥିଲେ। ମୁଖ୍ୟଅତିଥି ଓ ଅନ୍ୟ ସମସ୍ତ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ ମାନବ ସେବା ହିଁ ମାଧବ ସେବା, ତୃଷାର୍ତ୍ତ କୁ ପାଣି ଯୋଗାଇବା ଏକ ଧାର୍ମିକ ତଥା ମାନବୀୟ କାର୍ଯ୍ୟ ଓ ରୋଟାରୀ କ୍ଲବ ମାନବ ସେବା ପାଇଁ ସମର୍ପିତ ବୋଲି ମତ ରଖିବା ସହ ରୋଟ୍ରାକ୍ ମଧ୍ୟମ ଓ ରୋଟାରିଆନ ପାତ୍ର ଙ୍କୁ ସାଧୁବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାଇବ୍ରାଣ୍ଟ ତରଫରୁ ରୋଟାରୀଆନ ଡ଼ଃ ସଞ୍ଜୁକ୍ତା ପତି, ରୋଟାରୀଆନ ଅନିତା ନାୟକ, ରୋଟାରୀଆନ ବିଜୟଲକ୍ଷ୍ମୀ ତ୍ରିପାଠୀ, ରୋଟାରୀଆନ ସବିତା ମହାନ୍ତି, ରୋଟାରୀ ଆନ କାଜଲ ପାଢ଼ୀ, ରୋଟାରୀ ଆନ ପ୍ରଦ୍ୟୁମ୍ନ ବିଶ୍ବାଳ ଓ ବିଭିନ୍ନ ରୋଟାରୀ କ୍ଲବ ର ସଭାପତି, ସମ୍ପାଦକ, ତଥା ପାଠାଗାର ତରଫରୁ ହରିହର ନାୟକ, ବିଶ୍ବନାଥ ଜେନା, ସୂର୍ଯ୍ୟ ନାରାୟଣ ପଣ୍ଡା, ରବିନ୍ଦ୍ର ସରାଫ, ଜ୍ଞାନେନ୍ଦ୍ର ରାୟ,ଡ ଶକ୍ତିପ୍ରସାଦ ସାମନ୍ତରାୟ, ରାଜୀବ ପାଣି, ରାଧାମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସଭାପତି ରୋଟାରୀଆନ ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଭାଇବ୍ରାଣ୍ଟର ସମ୍ପାଦକ ରୋଟାରୀଆନ ବସନ୍ତ କୁମାର ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦାନୀ ଗ୍ରୁପ ତରଫରୁ ମୌସୁମୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ

Sunil Chandra Nayak

Soorya Krishnamoorthy to be coveted with 15th Bharat Muni Samman.

masiha

ମକର ପାଇଁ ବିଜାତଳା ସାପ୍ତାହିକ ପ୍ରବଳ ଭିଡ଼ 

masiha

Leave a Comment

error: Content is protected !!