ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ ହ୍ୟୁମାନିଟୀ ଫାଉଣ୍ଡେସନ ର ବିଶ୍ବ ମାତୃତ୍ଵ ଦିବସ ପାଳନ 

ଦ ହ୍ୟୁମାନିଟୀ ଫାଉଣ୍ଡେସନ ର ବିଶ୍ବ ମାତୃତ୍ଵ ଦିବସ ପାଳନ 

ରାଉରକେଲା: ଆଜି ଦ ହୁମାନିଟୀ ଫାଉଣ୍ଡେସନ ତରଫରୁ ରାଉରକେଲା କ୍ଲବ୍ ଠାରେ ବିଶ୍ବ ମାତୃତ୍ଵ ଦିବସ ପାଳନ ହୋଇଯାଇଛି। ମାତୃତ୍ଵ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୀପ୍ତି ସୁନ୍ଦରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମାଜସେବୀ କମଲ ଅଗ୍ରୱାଲ , ଅନିତା ଅଗ୍ରୱାଲ, ଅମରେନ୍ଦ୍ର ପୁହାଣ,ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ସାଧୁବାଦ ଦେଇଥିଲେ । ଫାଉଣ୍ଡେସନ ଆଗକୁ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଜାରିରଖୁ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ସଦସ୍ୟା ମାନଙ୍କର ମା ଓ ଶାଶୁମା ମାନଙ୍କୁ ପୂଜା ଅର୍ଚ୍ଚନା ସହ ଉପହାର ବଣ୍ଟନ କରାଯାଇଥିଲା । ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ଇନ୍ଦ୍ରବଳି ମିସ୍ତ୍ରୀ ଓ ଅର୍ପିତା ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ହ୍ୟୁମାନିଟି ଫାଉଣ୍ଡେସନ ର ସଭାପତି ଦୀପ୍ତି ସୁନ୍ଦରାୟ, ସମ୍ପାଦିକା ଲିନା ତ୍ରିପାଠୀ, ସହ ସମ୍ପାଦିକା ଶୁଭଲକ୍ଷ୍ମୀ ପାତ୍ର,ଉପଦେଷ୍ଟା ଗ୍ରେସି ଡେଭିଡ, ଗରିମା ପତ୍ରୀ, ଶଶିଲତା କର,ବିଜୟାନନ୍ଦ ସୁନ୍ଦରାୟ, ଅଶ୍ଵିନୀ କିଶାନ,ପ୍ରୀୟଙ୍କା ପାଣି, ରଶ୍ମିତା ମଲ୍ଲିକ,ରୁନୁ ରାଉତ,କାର୍ତ୍ତିକ ରାଉତ, ରଶ୍ମିତା ବିଶୋଇ, ସତ୍ୟ ଭାଈ ଓ ବିଶିଷ୍ଠ ଆଇନଜୀବୀ ଅନୁଶୟା ପଣ୍ଡା ଏବଂ ସବୁ ମା ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଶୁଭଲକ୍ଷ୍ମୀ ପାତ୍ର ପରିଚାଳନା କରିଥିବା ବେଳେ ଶେଷରେ ବିଜୟ ସୁନ୍ଦରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାତୀ ଆକ୍ରମଣରେ ଚାଷୀ ମୃତ   

Sunil Chandra Nayak

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆର ଏମ ସି , ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

masiha

ଭାରସାମ୍ୟ ହରାଇ ୨୫ଫୁଟ ଖାଲକୁ ଖସିଲା ଅଟୋ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ

Leave a Comment

error: Content is protected !!