ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ

ଆସିକା, ୮/୧/୨୫ // ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ନିମନ୍ତେ ପ୍ରଶିକ୍ଷଣ ଶିବିର ଗତ 8 ତାରିଖ ବୁଧବାର ଦିନ ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନାରୀ ସସସ୍ତି କରଣ କ୍ଷେତ୍ରରେ ଛାତ୍ରୀ ଆତ୍ମରକ୍ଷା କୌଶଳ ତାଲିମ କିପରି ଆବଶ୍ୟକ ତାହା ଉପରେ ଅଧ୍ୟକ୍ଷ ମତ ରଖିଥିଲେ। ଶିବିର ର ସମ୍ପାଦିକା ତଥା ଅଧ୍ୟାପିକା ଖିରାଵବ୍ଦି ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ,ଆଭିମୁଖ୍ୟ ଓ ଆତ୍ମ ସୁରକ୍ଷା କୌଶଳ ଛାତ୍ରୀ ମାନଙ୍କ ପାଇଁ କିପରି ସହାୟକ ହେବ ସେ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଗତ 8 ତାରିଖ ଠାରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବାକୁ ଥିବା ବେଳେ ଏଥିରେ 103 ଜଣ ଛାତ୍ରୀ ସାମିଲ ହୋଇଛନ୍ତି । ପ୍ରସିଖିକା ସୋନାଲି ଗୌଡ଼ ଆତ୍ମ ସୁରକ୍ଷା ତାଲିମ ସମ୍ପର୍କରେ ତାଲିମ ପ୍ରଦାନ କରୁଥିବା ବେଳେ ଅଧ୍ୟାପକ ବଳରାମ ସ୍ୱାଇଁ, ରାଜଶ୍ରୀ ବେହେରା,ସୁଭସ୍ମିତା ନାୟକ, ଅସାଞ୍ଜଳି ଦଳାଇ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ

Related posts

ଜିଆରଏସ୍ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବଦଳୀକୁ ନେଇ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

ରାୟଗଡ ଓକିଲ ସଂଘ ପାଳିଲା ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ 175ତମ ଜନ୍ମ ଜୟନ୍ତୀ

Sunil Chandra Nayak

ଭଗାଵନ୍ଦି ଛକରେ ବୀର ଵୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଦ୍ବାରା ଲୋକାର୍ପିତ 

masiha

Leave a Comment

error: Content is protected !!