ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମ ମାଟିରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି

ଜନ୍ମ ମାଟିରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କୁ ଶ୍ରଦ୍ଧାଞ୍ଜଳି 

କଟକ : ୪୨ ମୌଜ଼ା ବଉଳକୁଦ ସ୍ଥିତ ବାସଭବନରେ ସ୍ବର୍ଗତ ନୃସିଂହ ଚରଣ ଦେବତାଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ କମିଟିର ସମ୍ପାଦକ ସନ୍ତୋଷ ବେହେରାଙ୍କ ସଭାପତିତ୍ୱରେ ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର,ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗୋଛାୟତ,୪୨ ମୌଜ଼ା ବିକାଶ ପରିଷଦ ସମ୍ପାଦକ ସନ୍ତୋଷ ପତି,ଚନ୍ଦ୍ରମଣି ଦେବତା,ବୁଲେଇ ବେହେରା,ପ୍ରସନ୍ନ କୁମାର ବେହେରା, ବିଜୟ ପତି,ସୁବାଷ ଗୋଛାୟତ,ଶୁଭନ୍ୟାସ ମହାନ୍ତି,ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଦେବତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ରାଜନେତା, ସାହିତ୍ୟିକ,ବିଶିଷ୍ଟ ସମାଜସେବୀ, ସ୍ତମ୍ଭକାର,ସାମ୍ବାଦିକ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଦେବତାଙ୍କ ସ୍ମୃତି ଚାରଣ କରିଥିଲେ । ମା ଶାରଳା ଡ୍ରାମାଟିକ୍ କ୍ଲବ ତରଫରୁ ରବିନ୍ଦ୍ର ଦେବତା,ସଞ୍ଜୟ ବେହେରା, ସନାତନ ବେହେରା,ସରୋଜ ଦେବତା,ବିକାଶ ଦେବତା ନିରାକାର ଦେବତା,ଗୁଡୁ ପଣ୍ଡା,ନିଳମଣୀ ପତି, ଅନନ୍ତ ବେହେରା ଏବଂ ଶୁଭ୍ରଜିତ୍ ବେହେରା ପ୍ରମୁଖ ଯୋଗ ଦେଇ ଏକ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଚନ୍ଦନ ମହାନ୍ତି, ଚନ୍ଦ୍ରଶେଖର ପତି,ଗ୍ରାମ୍ୟ କମିଟି ସଭାପତି ସୁବୋଧ ଦେବତା, ପୂର୍ବତନ ସଭାପତି ରାଜ କିଶୋର ଦେବତା,ମହନ୍ତ ବିଜୟ ଦେବତାଙ୍କ ସମେତ ସମସ୍ତ ସଦସ୍ୟ ଏବଂ ପୁତ୍ର ଜ୍ୟୋତି ପ୍ରକାଶ ଦେବତା,ପ୍ରଭାତ ଦେବତା,ରଜତ ଦେବତା ଓ ଝିଅ ତନ୍ମୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମାନଝରି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଓ ସମାଧାନ ଶିବିର 

masiha

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’ ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

masiha

ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!