ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକର ପାଇଁ ବିଜାତଳା ସାପ୍ତାହିକ ପ୍ରବଳ ଭିଡ଼ 

ମକର ପାଇଁ ବିଜାତଳା ସାପ୍ତାହିକ ପ୍ରବଳ ଭିଡ଼ 

ମୟୂରଭଞ୍ଜ  // ମୟୁରଭଞ୍ଜ ଜିଲ୍ଲାର ମହାନ ପର୍ବ ମକର ପର୍ବ l ଆଦିବାସୀବହୁଳ ମକର ପର୍ବ ନିମନ୍ତେ ବାମନଘାଟି ଉପଖଣ୍ଡ ର ବିଜାତଳା ବ୍ଲକ ର ସାପ୍ତାହିକ ହାଟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଛି l ଏ ବର୍ଷଗ୍ରାମାଞ୍ଚଳ ରେ ଲୋକମାନେ ସେମାନଙ୍କର ଗଣ ପର୍ବ କୁ ଧୂମାଧାମ ରେ ପାଳନ ନିମନ୍ତେ ସତେ ଅବା ଅପେକ୍ଷା କରି ରହିଥିଲେ l ବିଜାତଳା ବ୍ଲକର ଆଦିବାସୀ, ମହାନ୍ତ, ସାନ୍ତାଳ, ମୁଣ୍ଡା, ଖଡିଆ ତଥା ସମସ୍ତ ସଂପ୍ରଦାୟ ର ଲୋକେ ମକର ପର୍ବ ନିମନ୍ତେ ଲୁଗାପଟା ସହିତ ବିଭିନ୍ନ ଜିନିଷ କିଣାବିକା କରିବା ପାଇଁ ସାପ୍ତାହିକ ହାଟ ରେ ପ୍ରବଳ ଜନଗହଳି ଲଗାଯାଇଥିଲା l ପନିପରିବା, ଶୁଖୁଆ, ଲୁଗାପଟା, ଜୋତା, ଆଖୁ, ଗୁଡ଼, ଚାଉଳ, ଚୂଡ଼ା, ମୁଢି କିଣିବା ପାଇଁ ପ୍ରବଳ ଗହଳି ଲାଗିଥିଲା l ଆଜିକାର ବିଜାତଳା ସାପ୍ତାହିକ ହାଟ ରେ ବ୍ଲକ ଅଂଚଳ ର 12ଟି ପଂଚାୟତ ବିଜାତଳା, ବଣକାଟି, ମୁଣ୍ଡାଠାକୁରl, ଲୁହାଶିଳା, ଖନ୍ତ, ନୁସାଡ଼ିହି, ଚଢ଼େଇପାହାଡି, ସରଗଡା, ମଢେଇକଚା, ମାଣିକପୁର, ରାଇହରି, ବଡ଼ଝରଣ ସମେତ ବିଶୋଇ ବ୍ଲକ ର ଲୁହାକାନି, ବଡ଼ମଣଦା, ଅସନା, ଏବଂ କୁସୁମୀ ବ୍ଲକ ର ସୁଲେଇପାଟ, ରାଇରଙ୍ଗପୁର ବ୍ଲକ ଅଞ୍ଚଳ ର ଗୋରୁମାହିଷାଣି ଆଦି ଅଂଚଳ ର ଆଦିବାସୀ ମାନଙ୍କ ସମେତ ଅଣ ଆଦିଧିବାସୀ ମାନେ ସେମାନଙ୍କର ମକର ନିମନ୍ତେ କିଣାକିଣି ପାଇଁ ଏକାଠି ହେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅବ୍ୟବସ୍ଥା ମଧ୍ୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର 

masiha

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ହରମୋହନ ମିଶ୍ର ଙ୍କ ଲିଖିତ ପୁସ୍ତକ ସ୍ପର୍ଶ ଉନ୍ମୋଚିତ

masiha

Leave a Comment

error: Content is protected !!