ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକର ପାଇଁ ବିଜାତଳା ସାପ୍ତାହିକ ପ୍ରବଳ ଭିଡ଼ 

ମକର ପାଇଁ ବିଜାତଳା ସାପ୍ତାହିକ ପ୍ରବଳ ଭିଡ଼ 

ମୟୂରଭଞ୍ଜ  // ମୟୁରଭଞ୍ଜ ଜିଲ୍ଲାର ମହାନ ପର୍ବ ମକର ପର୍ବ l ଆଦିବାସୀବହୁଳ ମକର ପର୍ବ ନିମନ୍ତେ ବାମନଘାଟି ଉପଖଣ୍ଡ ର ବିଜାତଳା ବ୍ଲକ ର ସାପ୍ତାହିକ ହାଟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଛି l ଏ ବର୍ଷଗ୍ରାମାଞ୍ଚଳ ରେ ଲୋକମାନେ ସେମାନଙ୍କର ଗଣ ପର୍ବ କୁ ଧୂମାଧାମ ରେ ପାଳନ ନିମନ୍ତେ ସତେ ଅବା ଅପେକ୍ଷା କରି ରହିଥିଲେ l ବିଜାତଳା ବ୍ଲକର ଆଦିବାସୀ, ମହାନ୍ତ, ସାନ୍ତାଳ, ମୁଣ୍ଡା, ଖଡିଆ ତଥା ସମସ୍ତ ସଂପ୍ରଦାୟ ର ଲୋକେ ମକର ପର୍ବ ନିମନ୍ତେ ଲୁଗାପଟା ସହିତ ବିଭିନ୍ନ ଜିନିଷ କିଣାବିକା କରିବା ପାଇଁ ସାପ୍ତାହିକ ହାଟ ରେ ପ୍ରବଳ ଜନଗହଳି ଲଗାଯାଇଥିଲା l ପନିପରିବା, ଶୁଖୁଆ, ଲୁଗାପଟା, ଜୋତା, ଆଖୁ, ଗୁଡ଼, ଚାଉଳ, ଚୂଡ଼ା, ମୁଢି କିଣିବା ପାଇଁ ପ୍ରବଳ ଗହଳି ଲାଗିଥିଲା l ଆଜିକାର ବିଜାତଳା ସାପ୍ତାହିକ ହାଟ ରେ ବ୍ଲକ ଅଂଚଳ ର 12ଟି ପଂଚାୟତ ବିଜାତଳା, ବଣକାଟି, ମୁଣ୍ଡାଠାକୁରl, ଲୁହାଶିଳା, ଖନ୍ତ, ନୁସାଡ଼ିହି, ଚଢ଼େଇପାହାଡି, ସରଗଡା, ମଢେଇକଚା, ମାଣିକପୁର, ରାଇହରି, ବଡ଼ଝରଣ ସମେତ ବିଶୋଇ ବ୍ଲକ ର ଲୁହାକାନି, ବଡ଼ମଣଦା, ଅସନା, ଏବଂ କୁସୁମୀ ବ୍ଲକ ର ସୁଲେଇପାଟ, ରାଇରଙ୍ଗପୁର ବ୍ଲକ ଅଞ୍ଚଳ ର ଗୋରୁମାହିଷାଣି ଆଦି ଅଂଚଳ ର ଆଦିବାସୀ ମାନଙ୍କ ସମେତ ଅଣ ଆଦିଧିବାସୀ ମାନେ ସେମାନଙ୍କର ମକର ନିମନ୍ତେ କିଣାକିଣି ପାଇଁ ଏକାଠି ହେଇଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ 

masiha

ବର୍ଜ୍ୟ ପଲିଥିନ୍‌ରୁ ପେଭର ବ୍ଲକ୍ : ଛାତ୍ରଙ୍କ ଉଦ୍ଭାବନକୁ ମିଳିଲା ଜିଲ୍ଲାସ୍ତରୀୟ ସଫଳତା

Sunil Chandra Nayak

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

Leave a Comment

error: Content is protected !!