ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁବେନଗଡ ଓ ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ ଟି ଅନ୍ତର୍ଭୁକ୍ତ

ମ,ରାମପୁର,୦୭/୬( ମସୀହା);- କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଲୁବେନଗଡ ପଞ୍ଚାୟତ ର ଲୁବେନଗଡ଼ ସେବାଶ୍ରମ ଓ ମୋହନଗିରି ଗ୍ରାମ ପଞ୍ଚାୟତ ର ବାଲିଭଟା ସେବାଶ୍ରମ ବିଦ୍ୟାଳୟ ୫ ଟି ଚତୁର୍ଥ ପର୍ଯ୍ୟାୟ ରେ ସାମିଲ୍ ହେଇଛି । ଏ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଡ଼ିଓ ବିନୟ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଏ ଇ ଇ ବଲ୍ ବିନ୍ଦର ସିଂ ଯାଦବ,ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ ଉଭୟ ବିଦ୍ୟାଳୟ ପରିଦର୍ଶନ କରି ଖୁବ୍ ଶୀଘ୍ର ଦୁଇଟି ବିଦ୍ୟାଳୟ ର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ । ଲୁବେନଗଡ ଠାରେ ସ୍ଥାନୀୟ ସରପଞ୍ଚ ରମା ମାଝୀ , ସମିତି ସଭ୍ୟ ସାବତ ମାଝୀ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ବୃନ୍ଦ ଓ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ସେବା ଶ୍ରମ ବିଦ୍ୟାଳୟ ର ଅନେକ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟ ରେ ପାନୀୟ ଜଳ ଓ ଶୌଚାଳୟ ର ବନ୍ଦୋବସ୍ତ ନିତାନ୍ତ ଆବଶ୍ୟକ ବୋଲି ଗ୍ରାମବାସୀ ମତ ଦେଇଥିଲେ । ଏ ଦିଗରେ ଖୁବ୍ କମ୍ ଦିନ ଭିତରେ ନିଶ୍ଚିତ ସମାଧାନ କରା ଯିବ ବୋଲି କହିଥିଲେ । ଏଥି ସହିତ ମଦନ ପୁର ସେବାଶ୍ରମ ବିଦ୍ୟାଳୟ କୁ ମଧ୍ୟ ୫ ଟି ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହ ଦେଓ ପ୍ରକାଶ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବୋଲେରୋ ଦୁର୍ଘଟଣା ୨ ଆହତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହ ଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ପକ୍ଷରୁ ପାଳିତ  ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜ କୁ ଆହ୍ୱାନ ‌

Sunil Chandra Nayak

Leave a Comment

error: Content is protected !!