ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟ ରାସ୍ତା ବିପଦ ଅବସ୍ଥାରେ, ରାସ୍ତାକୁ ସଂଯୋଗ କରୁଥିବା ଦୁଇଟି ପଞ୍ଚାୟତର ୨୬ ଟି ଗାଁ ର ଲୋକେ ଜାତାୟତରେ ଜୀବନ ପ୍ରତି ବିପଦ

ବନ୍ଧୁଗାଁ ତା ୨୦/୩/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସାନସରପଲ୍ଲୀ ଠାରୁ କାବ୍ରିବାଡି ଓ ବୋରିଗି ପଞ୍ଚାୟତକୁ ସଂଯୋଗ କରୁଥିବା ଆର ଡି ରାସ୍ତାରେ ସ୍ଥାନେ ସ୍ଥାନେ ବିରାଟ ବିରାଟ ଗର୍ତ୍ତ ଥିବା ଯୋଗୁଁ ଯାନବାହାନ ଚଳାଚଳ ପ୍ରତି ବିପଦ ଥିବା ଦେଖିବାକୁ ମିଳିଛି। ଦିନ ଥିଲା ପଞ୍ଚାୟତ କୁ ଯିବା ପାଇଁ ବ୍ରିଜ ନ ଥିଲା ଏଥିପାଇଁ ପଞ୍ଚାୟତ ବାସି ଦାବି ଜଣାଇ ଭୋଟ ବର୍ଜନ କରିଥିଲେ। ରାଜ୍ୟ ସରକାର ଲୋକଙ୍କ ଭୋଟ ବର୍ଜନ ଦାବିକୁ ଗ୍ରହଣ କରି ଆଜକୁ ୭ ବର୍ଷ ତଳେ ବ୍ରିଜ ନିର୍ମାଣ କରି ଆରଡି ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କରାଯାଇଥିଲା । ସେହି ରାସ୍ତା ଦେଇ କାବ୍ରିବାଡି ଓ ନାରାୟଣପାଟଣା ବ୍ଲକ ର ବର୍ଗୀ ପଞ୍ଚାୟତକୁ ଲୋକେ ଅତି ସହଜରେ ଯିବା ଆସିବା କରୁଥିଲେ । ଆଜି ସେହି ରାସ୍ତା କୁ ଆରଡି ବିଭାଗ ଦ୍ୱାରା ସଠିକ ରକ୍ଷଣ ବେକ୍ଷଣ ହେଉ ନ ଥିବା ଯୋଗୁଁ ରାସ୍ତାର ସ୍ଥାନେ ସ୍ଥାନେ ଗର୍ତ୍ତ ହୋଇ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ଯାହା ଦ୍ୱାରା ରାସ୍ତାରେ ଯିବା ଜୀବନ ପ୍ରତି ବିପଦ ଥିବା ଜାଣି କୌଣସି ସରକାରୀ କର୍ମଚାରୀ ଯାଉ ନ ଥିବା ବେଳେ ଦୁଇଟି ପଞ୍ଚାୟତର ପ୍ରାୟ ୨୬ ଟି ଗାଁ ର ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ମରାମତି ପାଇଁ ପଞ୍ଚାୟତ ସରପଞ୍ଚ ସୁସ୍ମିତା ପିଡ଼ିକା ଓ ସମିତି ମେମ୍ବର କିଶୋର ରାଉତ ବହୁ ଥର ସ୍ଥାନୀୟ ଓ ଜିଲ୍ଲା ସ୍ତରୀୟ ପ୍ରଶାସନ ଙ୍କୁ ଅବଗତ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି ହେଉ ନ ଥିବାରୁ ବିଶେଷ କରି ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ଓ ଜିଲ୍ଲା ସ୍ତରୀୟ ସରକାରୀ କର୍ମଚାରୀ ମାନଙ୍କ ଗସ୍ତ ନ ଥିବା ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ନ ଖୋଲିବା ସହିତ ଅନେକ ଗାଁ ର ସ୍କୁଲ କୁ ଶିକ୍ଷକ ମାନେ ଯାଉ ନ ଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଲୋକେ ଦୁଇ ଚକିଆ ଗାଡ଼ି ଯିବା ଜୀବନ ପ୍ରତି ବିପଦ ଥିବାରୁ ଜିଲ୍ଲା ପ୍ରଶାସନ ଅତି ଶୀଘ୍ର ଆର ଡି ବିଭାଗ ଦ୍ୱାରା ରାସ୍ତା ମରାମତି କରିବାକୁ ଶତାଧିକ ଗ୍ରାମବାସୀ ମାନେ ଆଜି ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଅନୁରୋଧ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ତରଡିପାଳ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଡାବୁଗାଁରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ 

masiha

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!