ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ବିରୁଦ୍ଧରେ ସିପିଆଇ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ରାଉରକେଲାରୁ ଆରମ୍ଭ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ବିରୁଦ୍ଧରେ ସିପିଆଇ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ରାଉରକେଲାରୁ ଆରମ୍ଭ 

ରାଉରକେଲା: ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜାତୀୟ ପରିଷଦ ଆହ୍ୱାନ କ୍ରମେ ରାଉରକେଲା ଜୋନ୍ କମିଟି ପକ୍ଷରୁ ଏକଛତ୍ରବାଦୀ ବିଜେପି ଶାସନରେ ଶୋଷଣ,କଷଣ, ଜାତି- ଧର୍ମ ନାମରେ ଜନଗଣଙ୍କୁ ବିଭାଜନ, ଘୃଣା, ହିଂସା, ଅତ୍ୟାଚାର, ନାରୀ ନିର୍ଯ୍ୟାତନା, ଭୀଡ ହତ୍ୟା, ଜିଏସଟି ନାମରେ ଜନଗଣଙ୍କ ରକ୍ତ ଶୋଷଣ, ଦେଶର ସମସ୍ତ ସମ୍ବଳ ଆଦାନୀ ଓ ଟାଟା ସମେତ ହାତଗଣତି ରାହୁ ପୁଞ୍ଜିପତି ଙ୍କ ପାଦତଳେ ସମର୍ପଣ କରି ଦେଶକୁ କାଙ୍ଗାଳ କରିବ। ରାଜ୍ୟ ଓ ଦେଶରେ ଶିକ୍ଷ୍ୟା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ବିରୁଦ୍ଧରେ, ରାଉରକେଲା ରେ ଇ.ଏସ. ଆଇ ମେଡିକାଲ କଲେଜ ପ୍ରତିଷ୍ଠା, ବ୍ରାହ୍ମଣୀ ନଦୀର ସୁରକ୍ଷା ଦାବିରେ ଜନସମ୍ପର୍କ ପଦଯାତ୍ରା ବିସ୍ରା ଛକରୁ ଆରମ୍ଭ ହୋଇ ଏଡିଏମ୍ ଅଫିସ୍ ପର୍ଯ୍ୟନ୍ତ ଆସିଥିଲା । ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ମହେଶ୍ୱର ରାଉତ ଉଦଘାଟକ ଓ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଅତିଥି ଭାବରେ ଯୋଗଦେଇ ଦେଶର ସର୍ବାଧିକ ସମୟ ଶାସନରେ ଥାଇ ପ୍ରଧାନମନ୍ତ୍ରୀ ମୋଦି ଦେଶର ଜନଗଣଙ୍କୁ – ବିଶେଷକରି ଶ୍ରମିକ, କୃଷକଙ୍କୁ ଶୋଷଣ, ଶିକ୍ଷା ବ୍ୟବସ୍ଥାକୁ ଧ୍ଵଂସ କରି ପରୀକ୍ଷାରେ ପ୍ରଶ୍ନପତ୍ର ବିକ୍ରୀ ପାଇଁ ଏନଟିଏ, ନୂତନ ଜାତୀୟ ଶିକ୍ଷାନୀତି -୨୦୨୦ ନାମରେ ଶିକ୍ଷାର ଘରୋଇକରଣ, ବ୍ୟବସାୟିକରଣ, ସାମ୍ପ୍ରଦାୟିକରଣ, ଅବୈଜ୍ଞାନିକ ପଦ୍ଧତିରେ ଶିକ୍ଷା ବ୍ୟବସ୍ଥା ଧ୍ଵଂସ, ନୂତନ ନିଯୁକ୍ତି ଦୂରେଥାଉ ବରଂ ଶ୍ରମିକ କର୍ମଚାରୀ ଛଟେଇ କରି ବେରୋଜଗାରୀ ବିଗ୍ରେଡ୍ ବଢ଼ାଇଛନ୍ତି ବୋଲି କହିଥିଲେ। ଜୋନାଲ ସମ୍ପାଦକ ସଦାନନ୍ଦ ସାହୁ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁପମ ଦତ୍ତ,ରମେଶ ଚନ୍ଦ୍ର ସେଠୀ ବକ୍ତବ୍ୟ ଦେଇ କହିଲେ ସୁନ୍ଦରଗଡ ଜିଲ୍ଲାରେ ଖଣିଜ ସମ୍ପଦର ହରିଲୁଟ, ଦାଦନ ସମସ୍ୟା ବଢିବଢି ଚାଲିଛି ।ଏହା ବିରୁଦ୍ଧରେ ପରିବର୍ତ୍ତନର ଉତ୍ତାଳ ଜୁଆର ଉଠିଲାଣି। ତେଣୁ ସିପିଆଇ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପରିବର୍ତ୍ତନ ଜରୁରୀ ଅଭିଯାନରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ କରିଥିଲେ। ଅଗଷ୍ଟ ୬ରୁ ୧୫ ଘରକୁ ଘର ପଦଯାତ୍ରା, ୧ ସେପ୍ଟେମ୍ବର ଦିଲ୍ଲୀ ଚାଲ, ପରିବର୍ତ୍ତନ ଜରୁରୀ ମହାସମାବେଶ ରାମଲୀଳା ମଇଦାନ ରେ ସଫଳତା ପାଇଁ ସିପିଆଇ ପକ୍ଷରୁ ଆହ୍ଵାନ ଦିଆଯାଇଛି। ଦାବି ଗୁଡିକ ମଧ୍ୟରେ ଦରଦାମ ବୃଦ୍ଧି ବନ୍ଦ କରିବା , ପ୍ରତ୍ୟେକ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଦେବା,ଶ୍ରମିକଙ୍କୁ ବୈଜ୍ଞାନିକ ସର୍ବଜନୀନ ସ୍ୱାସ୍ଥ୍ୟସେବା, ସୁନିଶ୍ଚିତ କରିବା,ମହିଳା ସଂରକ୍ଷଣ ବିଲକୁ କାର୍ଯ୍ୟକାରୀ କରିବା,ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦେବା,ଶ୍ରମିକଙ୍କ ଅଧିକାର ସୁରକ୍ଷା ଦେବା, ଶ୍ରମ ସଂହିତା ରଦ୍ଦ କରିବା, ନିର୍ବାଚନରେ ବାଲଟ୍ ପେପର ବ୍ୟବସ୍ଥା କରିବା, ଗଣତନ୍ତ୍ର ବଞ୍ଚାଅ, NTA ବାତିଲ, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା,ସଂଖ୍ୟାଲଘୁ, ଆଦିବାସୀ, ଦଳିତ, ପଛୁଆ ବର୍ଗ ଓ ମହିଳାଙ୍କୁ ନ୍ୟାୟ ଦିଅ, ଅତ୍ୟାଚାର ବନ୍ଦ କରିବ।, ଆର. ଏମ୍. ସି ରେ ହୋଇଥିବା ଦୁର୍ନୀତିରେ ତଦନ୍ତ, ବିସ୍ଥାପିତ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ, ବ୍ରାହ୍ମଣୀ ନଦୀର ସୁରକ୍ଷା, ଆଦିବାସୀ, କୃଷକ ଓ ଅସଙ୍ଗଠିତ ଶ୍ରମିକଙ୍କୁ ଋଣ ବିମୁକ୍ତ କର ଇତ୍ୟାଦି ଦାବି ନେଇ ଅଗଷ୍ଟ ୬ ରୁ ଆରମ୍ଭ ହୋଇଥିବା ଅଭିଯାନ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ଚାଲିବ ବୋଲି କୁହାଯାଇଛି । ଏହି କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭାଗ୍ୟଧର ରାଉତ, କାର୍ତ୍ତିକ ନାୟକ, ଅଜୟ ବାର।, ପଞ୍ଚାନନ ସୁନା , ସନ୍ତୋଷ ଲେହେରି, ଅଶୋକ ଏକ୍କା, ପ୍ରକାଶ ପଟ୍ଟନାୟକ ପ୍ରମୁଖ ପଦଯାତ୍ରାର ନେତୃତ୍ବ ନେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଧାୟକଙ୍କ ଉପସ୍ଥିତିରେ ପୌରପାଳିକାର ସମୁହ ସଫେଇ

masiha

ଆସିକା ଠାକୁର ଅନୁକୂଳଚନ୍ଦ୍ରଙ୍କ ଶୁଭ ଆବିର୍ଭାବ ଦିବସ ପାଳିତ

Sunil Chandra Nayak

ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬

Sunil Chandra Nayak

Leave a Comment

error: Content is protected !!