ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ୮୯ତମ ଜନ୍ମବାର୍ଷିକୀ ପାଳିତ 

ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ୮୯ତମ ଜନ୍ମବାର୍ଷିକୀ ପାଳିତ 

ହିଞ୍ଜିଳିକାଟୁ,୦୫/୦୮ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ସ୍ମାରକୀ ସଭାଗୃହରେ ବୁଧବାର ଅପରାହ୍ନ ୧୨ଟାରେ ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ୮୯ତମ ଜନ୍ମବାର୍ଷିକୀ ଶ୍ରଦ୍ଧା ଓ ଗାମ୍ଭୀର୍ଯ୍ୟର ସହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ ସ୍ମାରକୀ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅରୁଣ କୁମାର ଖାଡ଼ଙ୍ଗା ଯୋଗଦେଇ ସ୍ୱର୍ଗତ ଦେଓଙ୍କ ଆଦର୍ଶମୟ ଜୀବନ, ସରଳ ଜୀବନଶୈଳୀ, ଉଚ୍ଚ ଚିନ୍ତାଧାରା, ଶିକ୍ଷାପ୍ରେମ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନେ ଦୀପ ପ୍ରଜ୍ୱଳନ କରିବା ସହ ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଆୟୋଜିତ ସ୍ମୃତିଚାରଣ ସଭାରେ ବକ୍ତାମାନେ କହିଥିଲେ ଯେ, ସ୍ୱର୍ଗତ ଦେଓ ଜଣେ ଦୂରଦର୍ଶୀ ଶିକ୍ଷାବିତ୍, ସମାଜସେବୀ ଓ ଆଦର୍ଶବାଦୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କର ସରଳ ଜୀବନଶୈଳୀ, ନମ୍ର ବ୍ୟବହାର, ସତ୍ୟନିଷ୍ଠା, ଶୃଙ୍ଖଳିତ ଜୀବନଯାପନ ଏବଂ ସମାଜ ପ୍ରତି ସମର୍ପଣ ଭାବନା ଆଜି ମଧ୍ୟ ସମସ୍ତଙ୍କ ପାଇଁ ଅନୁକରଣୀୟ। ଶିକ୍ଷାକୁ ସମାଜ ପରିବର୍ତ୍ତନର ସର୍ବଶ୍ରେଷ୍ଠ ମାଧ୍ୟମ ଭାବେ ଗ୍ରହଣ କରି ସେ ସର୍ବଦା ଯୁବପିଢ଼ିଙ୍କୁ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧ ଓ ସେବାଭାବରେ ପ୍ରେରିତ କରୁଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହରିହର ମୁନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଡୁରା ମହାବିଦ୍ୟାଳୟର ଅଧ୍ୟାପକ ବନମାଳୀ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଡ଼. ଗୋକୁଳାନନ୍ଦ ପାତ୍ର ମଞ୍ଚାସୀନ ରହିଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ରୁବିନା ପାଢ଼ୀ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଅର୍ଚ୍ଚନା ସାହୁ ଓ ଅଧ୍ୟାପକ ଅନିଲ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ଅବସରରେ ଆଇପିଏସ୍ କୋଅର୍ଡିନେଟର ପ୍ରଫୁଲ୍ଲ କୁମାର ରଥ, କ୍ୟାପଟେନ୍ ଶ୍ରଦ୍ଧାଞ୍ଜଳି ସାହୁଙ୍କ ସମେତ ମହାବିଦ୍ୟାଳୟର ବହୁ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ଜୀବନାଦର୍ଶକୁ ସ୍ମରଣ କରିଥିଲେ। ଶେଷରେ ଡ଼. ଗୋକୁଳାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପନ ଘଟିଥିଲା।

Related posts

ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ ସାମାଜିକ ଏକତା ଓ ସଂଘଠନ ସୁଦୃଢ଼ ପାଇଁ ଆହ୍ଵାନ..

masiha

ଶସକ୍ତ ଓଡିଶା ସାଥି ଶିବିର କାର୍ଯ୍ୟକ୍ରମ 

masiha

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟ ର ସାମାଜିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!