ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସରସ୍ୱତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ,୨- ଚୋରା ବାଲି ଚାଲାଣ ବେଳେ ଚାରି ହାଇୱା ଜବତ

ସରସ୍ୱତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା 

ଆସିକା, ୬/୮/୨୬ (ଶିବ ଶଙ୍କର ମିଶ୍ର ) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଣ୍ଡମରାଇ ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ସଭାପତି ଯୋଗେନ୍ଦ୍ର ସାସମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ସତ୍ର ରେ ମୁଖ୍ୟ ଅତିଥି ଭାବେ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଯୋଗ ଦେଇ ପ୍ରତିଟି କାର୍ଯ୍ୟରେ ବିଜ୍ଞାନ ର ଉପାଦେୟତା ବିଷୟରେ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ଵେତାଲୀ ପାତ୍ର, ସମ୍ପାଦକ ଚିଦାନନ୍ଦ ପାତ୍ର, କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଉଦ ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଶଙ୍କର ସାହୁ ଯୋଗ ଦେଇ ଆଗାମୀ ଭବିଷ୍ୟତ ରେ ଦେଶ ଗଠନ ପାଇଁ ବିଜ୍ଞାନ ବିଚାରଧାରା କୁ ସୁଦୃଢ଼ କରିବା ପାଇଁ ମାର୍ଗଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୬୨ ଜଣ ଶିଶୁ ପ୍ରତିଭାଗୀ ଥିଲେ। ସେଥି ମଧ୍ୟରୁ ୮୯ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଗଣେଶ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ପ୍ରମୂଖ ବରିଷ୍ଠ ଆଚାର୍ଯ୍ୟ ଉମା ଚରଣ ବିଶ୍ୱାଳ କାର୍ଯ୍ୟ ସଂଯୋଜନା ସହ ବୃତ୍ତ କଥନ କରିଥିଲେ। ସାମୂହିକ ସଙ୍ଗୀତ ସଂଯୋଜନା ରେ ଅନୁଷ୍ଠାନର ଆଚାର୍ଯ୍ୟା ସୁଶ୍ରୀ ସୁପ୍ରଭା ରାଉତ ସହଯୋଗ କରିଥିଲେ। ବରିଷ୍ଠ ଗୁରୁଜୀ ବଳରାମ ଡାକୁଆଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଚୋରା ବାଲି ଚାଲାଣ ବେଳେ ଚାରି ହାଇୱା ଜବତ

ଆସିକା, ୬/୮/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର ଜେନା ମିଳିତ ଭାବରେ ଚଢ଼ାଉ ବେଳେ ସୋରଡା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଚାରି ଗୋଟି ବାଲି ବୋଝେଇ ହାଇୱା ଜବତ ହୋଇଛି । ଗତ ବୁଧବାର ରାତ୍ରିରେ କୌଣସି ସୂତ୍ରରୁ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଜାତୀୟ ରାଜପଥ 59 ର ଧରାକୋଟ ନିକଟସ୍ଥ ହନୁମାନ ଦ୍ୱାର ଛକରେ ସୋରଡା ପଟରୁ ଆସୁଥିବା ଏହି ଚାରିଟି ଗାଡିକୁ ତହସିଲଦାର ଧରିଥିଲେ । ଗାଡି ଗୁଡିକର କାଗଜ ପତ୍ର ଯାଞ୍ଚ ବେଳେ ଚାଲାନ ଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା । ଏଣୁ ତୁରନ୍ତ ଧରାକୋଟ ଥାନାକୁ ଖବର ଦିଆଯିବା ପରେ ସବ ଇନ୍ସପେକ୍ଟର ସୁସ୍ମିତା ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ଚୋରା ବାଲି ବୋଝେଇ ଗାଡି ଗୁଡିକୁ ହସ୍ତାନ୍ତର କରାଯାଇଥିଲା । ଘଟଣା ସମ୍ପର୍କରେ ତହସିଲଦାର ଙ୍କ ସହ ଯୋଗାଯୋଗ ବେଳେ ଖଣି ବିଭାଗ ପକ୍ଷରୁ ଜରିମାନା ଆଦାୟ ପରେ ଗାଡି ଛଡ଼ାଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଜାତୀୟ ରାଜପଥ 59 ରେ ବିଳମ୍ବିତ ରାତିରେ ଶହ ଶହ ଟ୍ରକ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି ।

Related posts

ପାଖରେ ନଥିଲା ସମ୍ୱଳ…୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

Sunil Chandra Nayak

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ବର୍ଦ୍ଧିତ…

Sunil Chandra Nayak

ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓର ଦ୍ଵିତୀୟ ବାର୍ଷିକ ଉତ୍ସବ ; ଦୈନନ୍ଦିନ ଜୀବନଚର୍ଯ୍ୟାରେ ନୃତ୍ୟ ସାମିଲ ହେବା ଆବଶ୍ୟକ : ମୁଖ୍ୟ ବକ୍ତା

Leave a Comment

error: Content is protected !!