ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧– ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ ,୨– ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ

ବନ୍ଧୁଗାଁ ତା, ୨୩/୮/୨୫, କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନଜ ସତ୍ୟୱାନ ମହାଯନ ଙ୍କ ପ୍ରଥମ କରି ନାରାୟଣ ପାଟଣା ବ୍ଲକ ଗସ୍ତ କରିଥିଲେ I ନାରାୟଣ ପାଟଣା ବ୍ଲକ ପ୍ରଶାନ ଓ ବ୍ଲକ ଆଧ୍ୟକ୍ଷା ଶ୍ରୀ ଗଲାଦି ତିରନାଥ ଓ ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀ ବିକ୍ରମ କୁମାର ଦୋରା ଓ ତୋହସିଲଦାର ପ୍ରଭାତି ଝୋଡ଼ିଆ ଙ୍କ ଦ୍ୱାରା ଜିଲ୍ଲାପାଳ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଭଵ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ I ସର୍ବ ପ୍ରଥମେ ବିଝାଘାଟିରେ ଚାଲିଥିବା ମେଘା ପାନୀୟଜଳ ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ I ଏହାପରେ ବୀମାନ ଘାଟି କାଳିଆ ମାଳି ପାହାଡ଼ ପରିଦର୍ଶନ କରିଥିଲେ I ଏହି କାଳିଆ ମାଳି ପାହାଡକୁ ପର୍ଯ୍ୟଟକ ସ୍ତଳି କରିବା ଜିଲ୍ଲା ଡ଼ି. ଏଫ.ଏମ.ପାଣ୍ଟିରୁ ଏଥିରେ ଖର୍ଚ୍ଚ କୋରାଯିବା ପାଇଁ ଅନୁଦାନ ଦେବା ପାଇଁ ପ୍ରତିଶୃତି ଦେଇଥିଲେ I ଓ ନାରାୟଣ ପାଟଣା ବ୍ଲକ ଅନ୍ତର୍ଗତ ବିକ୍ରମ ପୁରରୁ ନାରାୟଣ ପାଟଣା ସଦର ମୋହକୁମାକୁ ସଂଯୋଗ କରୁଥିବା ବ୍ରିଜ କାର୍ଯ୍ୟ ପରିଦର୍ଶନ କରିବା ସହ ଦାୟୀତ୍ୱରେ ରହିଥିବା ଯନ୍ତ୍ରୀଙ୍କୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଓ ଏହାପରେ ନାରାୟଣ ପାଟନ ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢି ବଡ଼ ମଣିଷ ହେବାପାଇଁ ଛାତ୍ରଛାତ୍ରୀ ଙ୍କୁ ଆହ୍ୱାନ ଦେବା ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରି ଙ୍କୁ ଚାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଓ ପିଲାଙ୍କ ପାଇଁ ଦୁଇଟି ଶ୍ରେଣୀ ଗୃହ ନୂତନ ଭାବରେ କରିବା ପାଇଁ ଜିଲ୍ଲା ଅଧିକାରୀ ଙ୍କୁ କହିଥିଲେ I ଏଥିସହ କୁମ୍ଭାରି ଗ୍ରାମ ପଞ୍ଚାୟତର ଦଣ୍ଡାବାଡ଼ି ଥିବା ଇଣ୍ଡଷ୍ଟ୍ରିଆଲ ପାର୍କ ପରିଦର୍ଶନ କରି ଲେମନ ଗ୍ରାସ ବ୍ରଇଳର ପ୍ରକଳ୍ପ ଦେଖିବା ସହ ସେଠାରେ ସମସ୍ତ ପ୍ରକାର ପ୍ରକଳ୍ପ କରିବା ନେଇ ଗୋଷ୍ଠି ଉନ୍ନୟନ ଅଧିକାର ଶ୍ରୀ ବିକ୍ରମ କୁମାର ଦୋରା ଓ ଜିଲ୍ଲା ମହୋଦୟଙ୍କୁ ଗ୍ରାମବାସୀ ନିବେଦନ କରିଥିଲେ I କୋରାପୁଟ ଜିଲ୍ଲାରେ ନୂତନ ଭାବରେ ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଲାପରେ ପ୍ରଥମ କରି ନାରାୟଣ ପାଟଣା ବ୍ଲକ ଗସ୍ତରେ ଆସିଥିବାରୁ ବ୍ଲକ ଓ ଅଞ୍ଚଳବାସୀ ପ୍ରସାସନ ତରଫରୁ ଅଶେସ ଅଶେଷ ଧନ୍ୟବାଦ ଜଣାଇଥିଲେ I ଜିଲ୍ଲାପାଳ ଙ୍କ ପ୍ରଥମ କରି ନାରାୟଣ ପାଟଣା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଶ୍ରୀ ସଂଜୟ ସିଙ୍ଗ, ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ସରକାରୀ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ବେହେରା, ସହକାରୀ ଯନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ମହାଲିକ, ସରପଞ୍ଚ ପିଲବି ସିରିକା, ପିଇଓ ଲସ୍ମିମୀକାନ୍ତ କର୍କରା, ଓ ପଞ୍ଚାୟତ ଯନ୍ତ୍ରୀ ଶ୍ରାବଣି ପାଢ଼ୀ ଓ ବ୍ଲକର ସମସ୍ତ ବିଭାଗର ସରକାରୀ କର୍ମଚାରି ପ୍ରମୁଖ ଉପସ୍ଥିତ ରହିଥିଲେ I 

ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

ବନ୍ଧୁଗାଁ ତା,୨୩/୦୮/୨୫,ବାରମ୍ବ ବାର ଦୁର୍ଘଟଣା ଘଟୁଛି ଏକା ସ୍ଥାନରେ I ଏହି ସ୍ଥାନରେ ବର୍ଷ ଯାଇ ବର୍ଷ ଆସୁଛି କିନ୍ତୁ ଦୁର୍ଘଟଣା ରୁ ବର୍ତ୍ତି ପାରୁନାହାନ୍ତି ଗାଡି ଚାଳକ ମାନେ ଏହିପରି ଦୁର୍ଘଟଣା ଘଟୁଥିବା ସ୍ଥାନ ହେଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଘାଟିରେ ଏକ ବକ୍ସାଇଟ ବୋଝେଇ ଟ୍ରକ ଓଲଟି ପଡି ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ର ପାଉଡର ନଷ୍ଟ ହୋଇ ଥିବା ଜଣା ପଡିଛି।ଉକ୍ତ ଟ୍ରକ ପାଉଡର ବୋଝେଇ କରି ଟିକିରି ସ୍ଥିତିତ ଆଲୁମିନିୟମ କମ୍ପାନୀରୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା।

ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକ ଚାଳକ ଗୟାଧର ପ୍ରଧାନ ଙ୍କୁ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଏନେଇ ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ଜାଗାକୁ ପୂର୍ତ୍ତ ବିଭାଗ ଦ୍ୱାରା ପାହାଡକୁ କାଟି ରାସ୍ତାକୁ ମୋଡାନୀ ନ କରି ସିଧାକରିବା ସହ ଦୁଇଟି ସ୍ଥାନରେ ସ୍ପିଡ଼ ବ୍ରେକର କୋରାଯିବା ପାଇଁ ଅଞ୍ଚଳବାସୀ ସାଧାରଣରେ ଦାବି କରିଛନ୍ତି I 

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

masiha

ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ଯୋଗାଇଦେଲେ ସ୍ଵୟଂ ସହାୟିକା ଦଳ

masiha

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଟିକେଟ କାଉଣ୍ଟର ଭିତରେ ସିକ୍ୟୁରିଟି କରୁଛି କଣ ?

Sunil Chandra Nayak

Leave a Comment

error: Content is protected !!