ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୭ତମ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଉଦଘାଟିତ
ରାଉରକେଲା: ଶୋଷଣ, କଷଣ, ଅତ୍ଯାଚାରରୁ ମୁକ୍ତି ସହ ସମାଜବାଦୀ ସମାଜ ଗଠନ ଦିଗରେ ନିଷ୍ଠାପର ସଂଘର୍ଷରେ, ତ୍ୟାଗ ଓ ଆତ୍ମ ଵଳିଦାନର ଶହେ ବର୍ଷରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ୧୭ତମ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ରାଉରକେଲା ସ୍ଥିତ ଭଞ୍ଜ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ରାଜୁ ଭୋଇ ସମ୍ମିଳନୀର ଲାଲ ପତାକା ଉତ୍ତୋଳନ କଲା ପରେ ସାଥୀ ବିଶ୍ଵଦୁଦ ରାୟ, ଅପର୍ଣ୍ଣ। ରାଉତରାୟ ଓ ଦଶରୁ କିଶନଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚିଳନା କରିଥିଲେ। ଏହି ସମ୍ମିଳନୀ କୁ ଉଦଘାଟନ କରି ସିପିଆଇ ରାଜ୍ଯ ସହ ସମ୍ପାଦକ ସାଥୀ କ୍ଷୀରୋଦ ସିଂଦେଓ, ସମ୍ପାଦକ ମଣ୍ଡଳୀ ସଦସ୍ଯ କମ୍ରେଡ୍ ଅଶୋକ ଦାସ , ସାଥୀ ବିଜୟ ଜେନା, କାର୍ଯ୍ୟକାରୀ ସଦସ୍ୟ ମହେଶ୍ୱର ରାଉତ କହିଥିଲେ କି ଦେଶର କଷ୍ଟ ଲବ୍ଧ ସ୍ଵାଧୀନତା ଓ ଗଣତନ୍ତ୍ରକୁ ବିପନ୍ନ କରିଛି ବିଜେପି ସରକାର। ସାମ୍ବିଧାନିକ ଅନୁଷ୍ଠାନ ସିବିଆଇ, ଇଡି, ନିର୍ବାଚନ କମିଶନ ଇତ୍ଯାଦିକୁ ବିଜେପି ସ୍ବାର୍ଥରେ ବିନିଯୋଗ କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ଵଂସ କରିବା ସହ ଜନଗଣଙ୍କ ଉପରେ ଏକଛତ୍ରଵାଦୀ ଅତ୍ୟାଚାର ଜାହିର କରିଚାଲିଛନ୍ତି, ଅପର ପକ୍ଷରେ ତୃତୀୟ ବିଶ୍ଵର ନେତୃତ୍ଵ ନେଉଥିବା ଭାରତକୁ ବିଜେପି ଏକ ଘରକିଆ କରାଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ଟ୍ରମ୍ପଙ୍କ ଅସାଧୁ ଵନ୍ଧୁତା କରି ଆଦାନୀ ଙ୍କ ସୁରକ୍ଷା ପାଇଁ ଭାରତୀୟ ଜନଗଣଙ୍କ ଉପରେ ଆମେରିକୀୟ ତାରିଫ୍ ବୋଝ ଲଦା ଯାଇଛି। ନିର୍ବାଚନ କମିଶନ ମାଧ୍ଯମରେ ଭୋଟ ଚୋରୀ କରି କ୍ଷମତାରେ ଥିବା ବିଜେପିକୁ ପରାଜିତ କରିବା ପାଇଁ ସମସ୍ତ ବାମ, ଗଣତାନ୍ତ୍ରୀକ ଓ ଧର୍ମ ନିରପେକ୍ଷ ଦଳ ଐକ୍ଯଵଦ୍ଧ ସଂଘର୍ଷରେ ସାମିଲ ହେବାକୁ ଆହ୍ଵାନ ଦେଇ ସିପିଆଇ ର ୨୪ତମ ରାଜ୍ଯ ସମ୍ମିଳନୀର ପ୍ରଥମ ଦିନ ୪ସେପ୍ଟେମ୍ଵର ପୁର୍ଵାହ୍ନରେ ବିଶାଳ ସଂଘର୍ଷ ସଂକଳ୍ପ ସମାଵେଶରେ ସୁନ୍ଦରଗଡ଼ ଜିଲ୍ଲାରୁ ବହୁ ସଂଖ୍ୟାରେ ଯୋଗ ଦେଵାକୁ ଆହ୍ଵାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ସାଥୀ ପ୍ରଦୋଷ ମହାନ୍ତି ଗତ ତିନି ବର୍ଷର ରିପୋର୍ଟ ଉପସ୍ଥାପନ କରି ସାଂଗଠନିକ ଢାଞ୍ଚାକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ସନ୍ତୋଷ ଆଚାର୍ଯ୍ୟ, ରାଧେଶ୍ୟାମ ଗର୍ତରିଆ, ଅନୁପମ ଦତ୍ତ, ଅଖିଳ ମାଝି, ଜୋନ ଆୟୁବ ଯୋଜୋ , ରାଜେନ୍ଦ୍ର ନାୟକ, ରମେଶ ସେଠୀ, ରମେଶ ଯୟପୁରିଆ, ମତିଲ୍ଡ଼। କୁଲୁ, ଶୁକଦେବ ପ୍ରଧାନ , ଗୋଲାପି ବଞ୍ଚୂର୍, କମାଲ ଷଣ୍ଢ, ଭ।ଗ୍ୟଧର ରାଉତ ଙ୍କ ସମେତ ବହୁ ସାଥୀ ଜିଲ୍ଲାର ବିକାଶ ଉପରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ରାଉରକେଲା ଇସ୍ପାତ କାରଖାନାରେ ଖାଲିଥିବା ପଦବୀ ପୂରଣ, ଜିଲ୍ଲାକୁ ଦାଦନ ମୁକ୍ତ କରିବା, ଜଳ- ଜମି – ଜଙ୍ଗଲର ସୁରକ୍ଷା, ବନ୍ଧ ପଡ଼ିଥିବା ଖଣି ଖଦାନ ଓ କଳକାରଖାନା ଖୋଲିବା, ବନ୍ଧ ପଡ଼ିଥିବା ସରକାରୀ ଶିକ୍ଷ।ନୁଷ୍ଠାନକୁ ଖୋଲିବା, ଜଳ ସେଚନ ପ୍ରକଳ୍ପକୁ ସୁଦୃଢ କରିବା ପ୍ରମୁଖ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ମତିଲଦା କୁଲୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୈଳାଶ ନାୟକ, ପ୍ରମୋଦ ବେହେରା, ସବ୍ୟସାଚୀ ନାୟକ, ଅଜୟ ବାର।, ରାମୁ କିଶ।ନ, ସୁଶାନ୍ତ ଲେଙ୍କା ପ୍ରମୁଖ ସଫଳ କରିବାରେ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

